ଭୁବନେଶ୍ୱର : ରାଜଧାନୀରେ ଗଡ଼ିଲା ମୁଣ୍ଡ । ହୋଟେଲରେ ମାଛ ଖାଇବାକୁ ଦେଲାନି ବୋଲି ହତ୍ୟା । ହୋଟେଲର ସହକର୍ମୀକୁ ଅନ୍ୟ ଜଣେ ଷ୍ଟାପ ପନିକିରେ ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଡମଣା ହାଟ ଛକ ନିକଟରେ ଥିବା ଏକ ହୋଟେଲରେ ଏହି ହତ୍ୟାକାଣ୍ଡ ହୋଇଛି। ମୃତକ ହେଲେ ପୀତାମ୍ବର ଜେନା । ଦୀର୍ଘ ବର୍ଷ ଧରି ସେ ହୋଟେଲରେ କାମ କରୁଥିଲେ।
ସୂଚନା ମୁତାବକ, ଗଞ୍ଜାମ ଜିଲ୍ଲା ଲାଠିପଡ଼ା ଅଞ୍ଚଳର ବାସିନ୍ଦା ପିତାମ୍ବର ଜେନା । ଡମଣା ସ୍ଥିତ ମା’ ତାରାଦେଇ ହୋଟେଲରେ କାମ କରୁଥିଲେ । ହୋଟେଲର ସମସ୍ତ କାମ ସରିବା ପରେ ହୋଟେଲର ଆଉ ଜଣେ କର୍ମଚାରୀ ପିତାମ୍ୱରଙ୍କୁ ମାଛ ଖାଇବାକୁ ମାଗିଥିଲେ । ସେ ମାଛ ଖାଇବାକୁ ନ ଦେବାରୁ ରାଗି ଯାଇଥିଲା ଦୁର୍ବୃତ୍ତ। ପରେ ହୋଟେଲର କର୍ମଚାରୀ ପିତାମ୍ବରଙ୍କୁ ପନିକିରେ ହାଣି ହତ୍ୟା କଲା । ଏହା ଦେଖି ହୋଟେଲ ମାଲିକ ତୁରନ୍ତ ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ହତ୍ୟାକାରୀକୁ ଅଟକ ରଖି ଘଟଣା ତଦନ୍ତ ଚଳାଇଛି ।