ସଟସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଡ୍ରେସ୍

ଅଗ୍ନିକାଣ୍ଡ ଘଟି ଜଳିଗଲା ଲକ୍ଷାଧିକ ଟଙ୍କାର ଡ୍ରେସ୍ । କେନ୍ଦ୍ରାପଡା ଜିଲ୍ଲା ଆଳି ନୂଆବଜ଼ାରରେ ଥିବା ନିୟୁ ଟ୍ରେଣ୍ଡ କ୍ଲଥ ଷ୍ଟୋରରେ ସକାଳୁ ସକାଳୁ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା । କ୍ଲଥ ଷ୍ଟୋରଟି ଜଳୁଥିବା ଦେଖି ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ ।

ଆଳି: ଅଗ୍ନିକାଣ୍ଡ ଘଟି ଜଳିଗଲା ଲକ୍ଷାଧିକ ଟଙ୍କାର ଡ୍ରେସ୍ । କେନ୍ଦ୍ରାପଡା ଜିଲ୍ଲା ଆଳି ନୂଆବଜ଼ାରରେ ଥିବା ନିୟୁ ଟ୍ରେଣ୍ଡ କ୍ଲଥ ଷ୍ଟୋରରେ ସକାଳୁ ସକାଳୁ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା । କ୍ଲଥ ଷ୍ଟୋରଟି ଜଳୁଥିବା ଦେଖି ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟଲୋକଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି ।

ନିଆଁର ପ୍ରକୋପ ଏତେ ଥିଲା ଯେ ନିମିଶକ ମଧ୍ୟରେ ଡ୍ରେସ, ଶାଢ଼ୀ, ଓ ଅନ୍ୟାନ୍ୟ କପଡ଼ା ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । ଏଥି ସହ ପାଖରେ ଥିବା ଏକ ଇଲେକ୍ଟ୍ରି ଦୋକାନର ୩୦ଟି ଏଲିଇଡ଼ି ଟିଭି ଡ୍ରେସ ଦୋକାନରେ ଗଚ୍ଛିତ ଥିଲା ତାହା ମଧ୍ୟ ଜାଳିପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ଯୋଗୁ ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.