ପୋଲ ତଳୁ ମଣିଷ କଙ୍କାଳ ଉଦ୍ଧାର, ପାଖରେ ପଡିଛି ଏକ ବ୍ୟାଗ୍

ବଣାଇ : ପୋଲତଳୁ କଙ୍କାଳ ଉଦ୍ଧାର । ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା କାଲଟା ଫାଣ୍ଡି ଅଧିନସ୍ଥ ଜାତୀୟ ରାଜପଥ ପୋଲ ତଳୁ ମଣିଷ କଙ୍କାଳ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ କୋଇଡା ପୋଲିସ୍ ଓ ରାଉରକେଲା ଫରେନସିକ୍ ଟିମ୍ ପହଞ୍ଚି ଅନୁଧ୍ୟାନ କରିଛି ।
ଅଧା ଗଳିତ ଅବସ୍ଥାରେ ଥିବା ମଣିଷ କଙ୍କାଳ ଉଦ୍ଧାର କରି ପ୍ରାଥମିକ ପର୍ଯ୍ୟାୟରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରୁ ଏକ ବ୍ୟାଗ୍ ଉଦ୍ଧାର କରିଛି ପୋଲିସ । ସେଥିରୁ କୋଇଡା ବ୍ଲକ୍ କୁସୁମଡିହି ଗାଁର ମନୋଜ ପାସୱାନ ନାମକ ବ୍ୟକ୍ତିର ଆଧାର କାର୍ଡ ମିଳିଛି । ମନୋଜ ପାସୱାନ ଛତିସଗଡରୁ ଚାଳକ ଭାବେ ଆସି କୁସୁମଡିହିରେ ବହୁ ବର୍ଷ ଧରି ରହି ଆସୁଥିଲେ । ବ୍ୟାଗରୁ ଆଉ କିଛି କାଗଜ ମଧ୍ୟ ମିଳିଛି ଯାହା ଗଜୁମୁଣ୍ଡା ନାମକ ଜଣେ ବ୍ୟକ୍ତିଙ୍କର । ତେବେ ସମସ୍ତ ତଦନ୍ତ ଓ ପରୀକ୍ଷା ପରେ ପ୍ରକୃତ ପରିଚୟ ମିଳି ପାରିବ ବୋଲି ପୋଲିସ୍ ସୂଚନା ଦେଇଛି ।