ପୋଲ ତଳୁ ମିଳିଛି ଏମିତି ଜିନିଷ ଯାହାକୁ ଦେଖି ସ୍ଥାନୀୟ ଲୋକ ଛାନିଆ
![skeliton](https://knewsodisha.com/wp-content/uploads/2024/12/skeliton.jpg)
ବାସୁଦେବପୁର: ଜମିଛି ଗହଳି । ସମସ୍ତେ ଭୟବିତ । କେମିତି ଆସିଲା ଏସବୁ ଜିନିଷ । ପ୍ରଥମେ ଦେଖୁ ଦେଖୁ ତ ଭୟରେ ଲୋକେ ଦୌଡ଼ି ପଳାଇଥିଲେ । ହେଲେ ପୋଲିସ୍ ପହଁଚିବା ପରେ ଘଟଣାସ୍ଥଳରେ ଲୋକଙ୍କ ପ୍ରବଳ ଗହଳି ଜମିଥିବା ଦେଖିବାକୁ ମିଳିଥିଲା । କିଏ, କାହିଁକି, କିପରି, କେଉଁଠୁ ଆସିଲା ଏସବୁ । ଯେଉଁ ପ୍ରଶ୍ନ ଉଙ୍କି ମାରୁଥିଲା ସମସ୍ତଙ୍କ ମନରେ ।
ଘଟଣାଟି ହେଲା କି, ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ବେତଡା ସଂସ୍କୃତ ମହାବିଦ୍ୟାଳୟ ନିକଟ ପୋଲ ତଳୁ ମିଳିଛି ଏମିତି ଜିନିଷ ଯାହା ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଛି ଆଜ୍ଞା । ପୋଲ ତଳୁ ମଣିଷର ହାଡ଼ ଖପୁରୀ ଠାବ ହୋଇଛି । ଗତକାଲି କିଛି ମାଛ ଧରାଳି ମାଛ ଧରୁଥିବା ବେଳେ ହଠାତ୍ ପୋଲ ତଳେ ମଣିଷ ଶରୀରରେ ଖପୁରି ଓ ହାଡ଼ ଦେଖି ଭୟଭୀତ ହୋଇ ଦୌଡ଼ି ପଳାଇ ଯାଇ ତୁରନ୍ତ ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ । ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଆସି ଦେଖିବା ସହିତ ଏନେଇ ପୋଲିସକୁ ସୂଚନା ଦେଇଥିଲେ ।
ଏହି ଘଟଣା ଜଣାପଡିବାପରେ ଚାରିଆଡୁ ଦେଖଣାହାରୀଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା । ବସ୍ତାରେ ମଧ୍ୟ ଆଉ କିଛି ବନ୍ଧାଯାଇ ପଡିଥିବା ଦେଖି ମାଛ ଧରାଳିମାନେ ଭୟଭୀତ ହୋଇ ରହିଥିବା କହିଛନ୍ତି । ଏପଟେ ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
ତେବେ ମଣିଷର ହାଡ଼ ଓ ଖପୁରି ଦେଖି ଏହା ଦୀର୍ଘ ଦିନ ହେବ ପଡି ରହି ନଷ୍ଟ ହୋଇ ଯାଇଥିବାବେଳେ ଶରୀରର ଆଉ ସବୁ ଅଂଶ ବସ୍ତାରୁ ବାହାରକୁ ବାହାର କରାଯାଇ ପରୀକ୍ଷା ପାଇଁ ପଠାଯିବ । ଏହାପରେ ଯାଇ ସବୁ ଦିଗରୁ ତଦନ୍ତ କରାଯିବାପରେ ପ୍ରକୃତ ଘଟଣା କଣ ଜଣାପଡିବ ବୋଲି ପୋଲିସ୍ କହିଛି । ତେବେ ଏଭଳି ଏକ ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି ।