ସ୍ନେହି ଓ ବନ୍ଧୁ ବତ୍ସଳ ସାମ୍ବାଦିକ ବ୍ରଜ କିଶୋର ପରିଡ଼ାଙ୍କ ଦୁର୍ଘଟଣାରେ ମୃତ୍ୟୁ, ସାମ୍ବାଦିକ ମହଲରେ ଶୋକର ଛାୟା

କେନ୍ୟୁଜ୍(ବ୍ୟୁରୋ): ସେହି ରାସ୍ତ ଥିଲା ତାଙ୍କ ପାଇଁ ନିତିଦିନିଆ ରାସ୍ତା । କିନ୍ତୁ କେବେ ସେ ଭାବି ନଥିଲେ ସେ ରାସ୍ତା ଦିନେ ମ୍ତ୍ୟୁର ରାସ୍ତା ପାଲଟିବ। ସବୁଦିନ ପରି ଭୁବନେଶ୍ବରରୁ କାମ ସାରି ବିଳମ୍ବିତ ରତିରେ କଟକ ଫେରୁଥିଲେ ସାମ୍ବାଦିକ ବ୍ରଜ କିଶୋର ପରିଡା। କିନ୍ତୁ ଗତକାଲି ରାତିରେ ହଂସପାଳ ନିଟରେ ଏକ ଅଜଣା ଟ୍ରକ ଧକ୍କାରେ ତାଙ୍କର ମ୍ତ୍ୟୁ ହୋଇଛି । ଦୁର୍ଘଟଣାର ମାତ୍ର ଏତେ ଜୋରରେ ଥିଲା ଯେ ବ୍ରଜଙ୍କ ଶରୀର ଏକ ମାଂସ ପିଣ୍ଡୁଳା ହୋଇଯାଇଥିଲା। ଘଟଣା ସ୍ଥଳରୁ ଲୋକମାନେ ପିସିଆରକୁ ଫୋନ କରିଥିଲେ । ପିସିର ଦୁର୍ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ଶବ ବ୍ୟବଚ୍ଛେଦ ଗୃହରେ ରଖିଥିଲେ। ପରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।

braja

ଏକ ଦୈନକ ଖବର କାଗଜରେ ସବ୍ ଏଡିଟର ଭାବେ କାମ କରୁଥିଲେ ବ୍ରଜ କିଶୋର । ଘର ଜଗତସିଂହପୁର ଜିଲ୍ଲାର ବନମାଳୀପୁର ଅଞ୍ଚଳରେ । ପ୍ରତିଦିନ କଟକରୁ ଭୁବନେଶ୍ବର ବାଇକ ଯୋଗେ ଆସନ୍ତି ନିଜ କର୍ମ କ୍ଷେତ୍ରକୁ। ଅନେକ ଦିନ ଧରି ବିଭିନ୍ନ ମୁଦ୍ରିତ ଗଣମାଧ୍ୟମରେ ସବ ଏଡିଟର ଭାବେ ଦାୟିତ୍ବ ସଂପାଦନା କରିଛନ୍ତି। କିନ୍ତୁ ତାଙ୍କର ଏମିତି ଅକାଳ ବିୟୋଗକୁ ସହଜରେ ତାଙ୍କ ସହକର୍ମୀ ଓ ସାଙ୍ଗସାଥୀ ବିଶ୍ବାସ କରିପାରୁନାହାନ୍ତି। ମଣିଷ ହିସାବରେ ବହୁ ମିଳାପି ଓ ମିଷ୍ଠୀଭାଷୀ ଥିଲେ ବ୍ରଜ । କିନ୍ତୁ ଅବର୍ତ୍ତମାନରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.