ବିଦ୍ୟାଳୟ ପରିସରରୁ ବିଶାଳକାୟ ଅହିରାଜ ସାପ ଉଦ୍ଧାର

ଭଞ୍ଜନଗର(କେନ୍ୟୁଜ): ବିଦ୍ୟାଳୟ ପରିସରରୁ ବିଶାଳକାୟ ଅହିରାଜ ସାପ ଉଦ୍ଧାର। ଗଂଜାମ ଜିଲ୍ଲା କବିସୂର୍ଯ୍ଯନଗର ବ୍ଳକ୍ ଅନ୍ତର୍ଗତ, ଦେଓଗାଁ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ନିକଟରୁ ସାପଟିକୁ ଉଦ୍ଧାର କରାଯାଇଥିଲା ।
ଘଟଣାସ୍ଥଳରେ ସ୍ନେକ୍ ହେଲ୍ପ ଲାଇନର ସଦସ୍ଯ ମାନେ ପହଞ୍ଚି, ପ୍ରାୟ ୧୦ ଫୁଟ ଲମ୍ବର ଅହିରାଜ ସାପଟିକୁ ଉଦ୍ଧାର କରି ନିକଟସ୍ଥ ହାତିବାରୀ ଜଙ୍ଗଲରେ ଛାଡି ଦେଇଥିଲେ । ବିଦ୍ୟାଳୟ ପରିବେଶ ଭିତରେ, ଏହି ବିଶାଳକାୟ ସାପକୁ ଦେଖି, ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନେ ଭୟଭୀତ ହୋଇପଡ଼ିଥିଲେ ।