ପିଂପୁର ମହାନଦୀ ଉତ୍ତର ପାର୍ଶ୍ୱ ବନ୍ଧ ନିକଟରେ ଖସିଲା ୧୨ ଶହ ଫୁଟରୁ ଉର୍ଦ୍ଧ୍ୱ ମାଟି ଅତଡ଼ା, ଭୟରେ ଆତଙ୍କିତ ସ୍ଥାନୀୟ ଲୋକେ

ମାହାଙ୍ଗା(କେନ୍ଯୁଜ୍): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ପିଂପୁର ମହାନଦୀ ଉତ୍ତର ପାର୍ଶ୍ୱ ବନ୍ଧ ନିକଟରେ ୧୨ ଶହ ଫୁଟରୁ ଉର୍ଦ୍ଧ୍ୱ ମାଟି ଅତଡ଼ା ଖସିଛି। ଯାହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ମହାନଦୀ ଜଗତପୁର ଉତ୍ତର ବିଭାଗର ଏସ୍‌ଡିଓ ଓ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରୁଛନ୍ତି । ଏନେଇ ୨୦୦ ଶ୍ରମିକ ମଧ୍ଯ କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଅନ୍ଯପଟେ ବଲ୍‌ହା ଓ ବାଲିବସ୍ତା ପକାଯାଇ ନଦୀ ପଠାକୁ ଅଟକାଯାଉଛି। ଆଗକୁ ଆହୁରି ଅତଡ଼ା ଖାଇଲେ ୫ରୁ ଅଧିକ ପଞ୍ଚାୟତବାସୀ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.