ସହିଦ ସପ୍ତାହରେ ନକ୍ସଲଙ୍କୁ ଝଟକା: ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

କୋରାପୁଟ (କେନ୍ୟୁଜ): ବୈପାରିଗୁଡାର ଗରମପାଣି ଜଙ୍ଗଲରୁ ବିପୁଳ ପରିମାଣେ ମାଓ ବିସ୍ପୋରକ ଜବତ । ବନ୍ଧୁକର ଗୁଳି ଓ ବିସ୍ପୋରକ ଜବତ ହୋଇଛି। ଡିଭିଏଫ ଓ ରାମଗିରି କ୍ୟାମ୍ପର ବିଏସଏଫ ର ମିଳିତ କମ୍ବି ଅପରେସନ ବେଳେ ମାଓ ବିସ୍ପିୋରକ ଜବତ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଳେ କୋରାପୁଟ ଏସପି _ବରୁଣ ଗୁଣ୍ଟୁପଲି । କମ୍ବିଂକୁ ଯାଉଥୁବା ପୋଲିସ ଓ ବିଏସଏଫଫଙ୍କ ଉପରେ ଆକ୍ରମଣ କରିବା ପାଇଁ ମାଓବାଦୀ ଗଛିତ ରଖିଥିଲେ ।

ପୟଣ୍ଟ ଟୁ ଟୁ( 22 ) 108 ଟି ବିସ୍ପୋରକ ,95 ଟି ଜିଲେଟିନ ଷ୍ଟିକ ,୩୦୩ ବନ୍ଧୁକର ୯ଟି ଗୁଳି,AK _47 ବନ୍ଧୁକର 48 ଟି ଗୁଳି ଜବତ କରିଛି । ମାଟିତଳେ ଏକ ଡ୍ରମରେ ପୋତାହୋଇ ରଖାଯାଇଥିବାବେଳେ ବିସ୍ପୋରକ ଗୁଡିକୁ ଜବତ କରାଯାଇଛି ସାମ୍ବାଦିକ ସମ୍ମିଳନୀରେ ବୈପାରିଗୁଡା ଓ ରାମଗିରି ବିଏସଏଫର ଅଧିକାରୀମାନେ ଉପସ୍ତିତ ଥିଲେ ।

Leave A Reply

Your email address will not be published.