ବଣାଇ ରେଞ୍ଜରେ ତିନି ଦିନ ହେଲା ଦନ୍ତା ହାତୀର ଉତ୍ପାତ, ଘର ଭାଙ୍ଗିବା ସହ ଚାଷ ନଷ୍ଟ କରୁଛି

ବଣାଇ(କେନ୍ୟୁଜ) : ବଣାଇ ରେଞ୍ଜର ଗୋଟିଏ ଦନ୍ତା ହାତୀ ତିନିଦିନ ହେଲା କରି ଚାଲିଛି ଉତ୍ପାତ । ଘର ଭାଙ୍ଗିବା ସହ ଚାଷ ନଷ୍ଟ କରୁଛି । ହେଲେ ବନ ବିଭାଗ ହାତୀ ଘୋଡ଼େଇବାକୁ ବିଫଳ ହୋଇଥିବା ନେଇ ଅଭିଯୋଗ ହୋଇଛି ।

ଦୁଇ ମାସ ପୂର୍ବରୁ ଦୁଇଟି ହାତୀ ଉତ୍ପାତ କରିଥିଲେ । ପ୍ରାୟ ପନ୍ଦର ଦିନ ପରେ ବଣାଇ ରେଞ୍ଜରେ ପୁଣି ଏକ ଦନ୍ତା ହାତୀ ଉତ୍ପାତ ଆରମ୍ଭ କରିଛି । ଦନ୍ତା ହାତୀ ପ୍ରଥମେ ବ୍ରାହ୍ମଣୀଧର ଗ୍ରାମରେ ଦୁଇଟି ଘର , ବଡପଶ ଗ୍ରାମରେ ଦୁଇଟି ଘର ଭାଙ୍ଗିବା ସହ ଧାନ ଖାଇଥିଲେ ପୁଣି ଆଜି ଯକେଇକଳା ଓ ତଳିତା ଗ୍ରାମରେ ଘର ଭାଙ୍ଗିବା ସହ ଚାଷ ନଷ୍ଟ କରିଛି ।

elephant

ତିନିଦିନ ହେଲା ଗ୍ରାମବାସୀ ଓ ବନବିଭାଗ ହାତୀ ଘୋଡ଼େଇବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ବିଫଳ ହୋଇଛନ୍ତି । ଆଜି ଧାରଣୀଧର ସୁରକ୍ଷିତ ଜଙ୍ଗଲରେ ଅଛି ଦନ୍ତା ହାତୀ । ଯକେଇକଳା ଗ୍ରାମର ବଂଶୀଧର କିସାନଙ୍କ ଘର ଭାଙ୍ଗିଥିବା ବେଳେ ତଳିତା ଗ୍ରାମରେ ଫସଲ ସହିତ ଆଖୁ କିଆରି ନଷ୍ଟ କରିଥିବା ନେଇ ଅଭିଯୋଗ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.