କରୋନା ଛଡାଇ ନେଲା ଚାଷୀଙ୍କ ମୁହଁର ହସ, ବିକ୍ରି ହୋଇନପାରି ରାସ୍ତା ଉପରେ ପଡି ରହିଛି ବସ୍ତା ବସ୍ତା ମକା

ଭଞ୍ଜନଗର: ବର୍ତ୍ତମାନ ଚାରିଆଡେ କରୋନା ମହାମାରୀର ପ୍ରଳୟ । ଦିନକୁ ଦିନ କମିବ କଣ ବଢିବାରେ ଲାଗିଛି । ଏଥିରେ ବ୍ରେକ୍ ଲଗାବା ପାଇଁ ଜାରି ରହିଛି ଲକ୍ ଡାଉନ୍ , ସଟ୍ ଡାଉନ୍ ଭଳି ଅନେକ ନିୟମ । ଯେଉଁଥି ପାଇଁ ଜୀବନ ଜୀବିକା ବେଶ୍ ପ୍ରଭାବିତ ହୋଇପଡିଛି । ବିଶେଷ କରି ଚାଷୀ କୂଳ କଥା କହିଲେ ନସରେ । ଏ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକ୍ ଅଞ୍ଚଳର କିଛି ମକା ଚାଷୀ ଏହି କରୋନା ମହାମାରୀରେ ସର୍ବଶାନ୍ତ ହୋଇପଡିଛନ୍ତି ।

cornମକା ଅମଳ ହୋଇ ସାରିଥିବାବେଳେ ବିକ୍ରି ହୋଇପାରୁନାହିଁ ।  ବସ୍ତା ବସ୍ତା ମକା ସେମିତି ପଡି ରହିଛି । କରୋନା ମହାମାରୀ ଫଳରେ କେହି କୁଆଡେ ବାହାରକୁ ବାହାରୁନଥିବାରୁ ବ୍ଯବସାୟୀ ମାନେ ମଧ୍ଯ ଆସୁନାହାନ୍ତି । ଯାହାଫଳରେ ଅମଳ ମକାକୁ ନେଇ ଏବେ ଚିନ୍ତାରେ ତାକରଡା ଗାଁର ଚାଷୀ । ମକା ଗୁଡିକୁ ନେଇ ରାସ୍ତା ଉପରେ ଜମା କରି ରଖିଛନ୍ତି କିନ୍ତୁ ବ୍ଯବସାୟୀଙ୍କର ଦେଖା ନାହିଁ । ଯାହାଫଳରେ ବିକ୍ରି ନହୋଇ ରାସ୍ତା ଉପରେ ମକା ଗୁଡିକ ସେମିତି ପଡିରହିଛି । ଏଭଳି ପରିସ୍ଥିତିରେ ସେମାନଙ୍କ ପରିବାର କିପରି ଚଳିବ, ଏଦିଗରେ ପ୍ରଶାସନ ଦ୍ରୁଷ୍ଟି ଦେବାକୁ ସେ ଆକୁଳ ନିବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.