ସହିଲାନି ଦେହ, ପୁଞ୍ଜିପଥର ଜଙ୍ଗଲରେ ଲାଗିଥିଲା ନିଆଁକୁ ନିଜେ ଆୟତ କଲେ ସମିତି ସଭ୍ୟ

କଣ୍ଟାବାଞ୍ଜି: ଆମେ ସମସ୍ତେ ଜାଣିଛେ ଜଙ୍ଗଲର ଉପକାରିତା । ତେଣୁ କରି ତ ସବୁବେଳେ ଆମେ କହିଥାଉ “ଜଙ୍ଗଲ ସୁରକ୍ଷା, ଜୀବନ ରକ୍ଷା ” । କିନ୍ତୁ କେତେବେଳେ ଶିଳ୍ପ, କାରଖାନା, କୋଠାବାଡି ତ ଆଉ କେତେବେଳେ ନୂତନ ରାସ୍ତା ପାଇଁ ପ୍ରତିଦିନ ଲୋକେ ଗଛ କାଟୁଛନ୍ତି । ଆଉ କେତେବେଳେ ନିଆଁ ଲାଗି ନଷ୍ଟ ହୋଇଯାଉଛି ଏକର ଏକର ଜଙ୍ଗଲ । ତେବେ ବନ୍ୟଜୀନ୍ତୁଙ୍କ ସୁରକ୍ଷା କରି ଆମେ ନିଜ ତଥା ପୃଥିବୀର ଅସ୍ତିତ୍ୱକୁ ରକ୍ଷା କରିପାରିବା । କାହିଁକିନା ବିଶ୍ୱର ସନ୍ତୁଳନ ବଜାୟ ରଖିବାରେ ଜଙ୍ଗଲ, ଜଙ୍ଗଲୀ ପ୍ରାଣୀଙ୍କର ରହିଛି ମୁଖ୍ୟ ଭୂମିକା ।
ତେବେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ରେଞ୍ଜ ଅନ୍ତର୍ଗତ ପୁଞ୍ଜିପଥର ଜଙ୍ଗଲରେ । ଜଣେ ବ୍ୟକ୍ତି କେମିତି ହାତରେ ବାଡି ଖଣ୍ଡିଏ ଧରି ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରୁଛନ୍ତି । ଏହି ରାସ୍ତା ଦେଇ ଅନେକ ଲୋକ ଯାତାୟତ କରୁଛନ୍ତି ସତ କିନ୍ତୁ ନିଆଁ ଲାଗିବା ଜାଣିବି କାହାକୁ କିଛି ଫରକ୍ ପଡିନଥିଲା । କିନ୍ତୁ ଏହି ବ୍ୟକ୍ତି ଜଣକ ନିଜକୁ ଅଟକାଇ ପାରିନଥିଲେ । ତୁରନ୍ତ ଜଙ୍ଗଲ ଭିତରୁ ଆସି ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ ।
ଯାହା ସୂଚନା ମିଳିଛି କି, ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ରେଞ୍ଜ ଅନ୍ତର୍ଗତ ପୁଞ୍ଜିପଥର ଜଙ୍ଗଲରେ ଲାଗିଥିଲା ଏହି ନିଆଁ । ନିଆଁ ଲାଗି ଥିବା ଦେଖି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଂଚାୟତର ସମିତି ସଭ୍ୟ କେଦାର ଭୋଇ ନିଜେ ଜଙ୍ଗଲ ଭିତରକୁ ଯାଇ ନିଆଁକୁ ଆୟତ୍ତ କରିଥିଲେ । ଯାହା କୁହାଯାଉଛି କି, ସମିତି ସଭ୍ୟ କୌଣସି କାମରେ କଣ୍ଟାବାଞ୍ଜି ଯାଇଥିଲେ । ହେଲେ ଫେରିଲା ସମୟରେ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ । ସେ ନିଆଁକୁ ନିଜେ ଲିଭାଇବାକୁ ଅଣ୍ଟା ଭିଡିଥିଲେ ଏବଂ ଶେଷରେ ନିଆଁକୁ ଲିଭାଇବାରେ ସେ ସଫଳ ବି ହୋଇଥିଲେ ।
ତେବେ ଜଙ୍ଗଲରେ ନିଆଁ ଲାଗିବା ଫଳରେ ଶାଳ, ପିଆଶାଳ, ମହୁଲ ଭଳି ଅନେକ ମୂଲ୍ୟବାନ ଗଛ ସବୁ ଜଳି ପୋଡ଼ି ନଷ୍ଟ ହେବାରେ ଲାଗିଛି । ଜଙ୍ଗଲ ନଷ୍ଟ ନେଇ ଚିନ୍ତାରେ ବୁଦ୍ଧିଜୀବୀ । ଏପରି ଯଦି ଜଙ୍ଗଲ ନଷ୍ଟ ହୁଏ ତାହେଲେ ଜଙ୍ଗଲରେ ଥିବା ମୂଲ୍ୟବାନ ଗଛ ସବୁ ନଷ୍ଟ ହେବା ସହ ଜୀବଜନ୍ତୁ ମାନେ ବି ଧିରେ ଧିରେ ବିଲୁପ୍ତ ହୋଇଯିବେ ।
ଏହାସହିତ ଦିନକୁ ଦିନ ପୃଥିବୀର ଉସ୍ମତା ବଢିବାରେ ଲାଗିବ । ଏପରିକି ଆମ ଆଗାମୀ ପିଢ଼ି ପାଇଁ ଅମ୍ଳଜାନ ଟିକିଏ ପାଇବା ବି କଷ୍ଟକର ହେଇଯିବ । ବନ ବିଭାଗ ଯଦି ଠିକ୍ ରେ ଜଙ୍ଗଲର ସୁରକ୍ଷା ନକରିବ ଏବଂ ଲୋକମାନେ ଯଦି ଏ ଦିଗରେ ସଚେତନ ନହେବେ ତାହେଲେ ଆଗାମୀ ଦିନରେ ପରିସ୍ଥିତି ଯେ କେତେ ଭଙ୍କୟର ହେବ ତାହା ନକରିବା ଭଲ ।
ଆହୁରି ପଢନ୍ତୁ: ୩ ଦିନ ଯାଏ କାଳବୈଶାଖୀ ବର୍ଷା, ୬ରୁ ପୁଣି ବଢ଼ିବ ତାତି