ବାଙ୍କୀ : ଆତ୍ମହତ୍ଯାର ସ୍ଥଳୀ ପାଲଟିଛି ମହାନଦୀ, ପୁଣି ନଦୀକୁ ଡେଇଁଲେ ଯୁବକ

ବାଙ୍କୀ(କେନ୍ଯୁଜ୍): ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ଜାତମୁଣ୍ଡିଆ ହାଇଲେଦଲ ବ୍ରିଜ ଉପରୁ ମହାନଦୀକୁ ଡେଇଁଲେ ଜଣେ ଯୁବକ। ଏଭଳି ଅଭାବନୀୟ ଘଟଣା ଗତକାଲି ମଧ୍ଯରାତ୍ରୀରେ ଘଟିଯାଇଛି। ସୂଚନା ମୁତବାକ ଯୁବକ ଜଣକ ନିଜ ବାଇକରେ ଆସି ବ୍ରିଜରେ ବାଇକ୍ କୁ ରଖି ମହାନଦୀକୁ ଡେଇଁ ଆତ୍ମହତ୍ଯା କରିଥିବା ସନ୍ଦେହ କରାଯାଉଛି।

mahanadi1ରିପୋର୍ଟ ଅନୁଯାୟୀ ଯୁବକ ଜଣକ ହେଉଛନ୍ତି ତିଗିରିଆ ଥାନା ଶୁଣ୍ଡିପାଳ ଗ୍ରାମର ୨୫ ବର୍ଷିୟ ଯୁବକ ବନମାଳି ରାଉତ ବୋଲି ସମ୍ପର୍କୀୟଙ୍କ ଠାରୁ ସୂଚନା ମିଳିଛି। ଅନ୍ଯପଟେ ଗତ ୧୬ ତାରିଖରେ ଜଣେ ମହିଳା ଏହି ବ୍ରିଜରେ ଜୀବନ ହାରିଥିଲେ। ଏନେଇ ସୁବର୍ଣ୍ଣପୁର-ଜାତିମୁଣ୍ଡିଆ ବ୍ରିଜଟି ଏବେ ଆତ୍ମହତ୍ଯା କରିବାର ନିରୋଳା ସ୍ଥାନ ପାଲଟିଥିବାର ସ୍ଥାନୀୟ ଲୋକେ କହିଛନ୍ତି। ସେପଟେ ଡମପଡା ଅଗ୍ନିଶମ ସେବା ବାହିନୀ ଓ ବାଙ୍କୀ ପୋଲିସ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.