କଣ୍ଟାବାଞ୍ଜି (କେନ୍ୟୁଜ): ଶ୍ୱଶୁର ଘର ଗାଁରେ ଜ୍ୱାଇଁଙ୍କୁ କରେଣ୍ଟ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ। ମୃତକ ଜଣକ ହେଲେ ଭାଲୁମୁଣ୍ଡା ଗାଁର ବଂଶୀ ଠେଲା। ବଙ୍ଗୋମୁଣ୍ଡା ଥାନା ମାଲପଡା ଗାଁରେ ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି।
ସୂଚନା ଅନୁଯାୟୀ, ବଂଶୀ ଠେଲା ଦୀର୍ଘ ବର୍ଷ ହେବ ତାଙ୍କ ଶଶୁର ଘର ଗାଁ ମାଲପଡ଼ାରେ ରହୁଥିଲେ। ଗତକାଲି ରାତିରେ ଶଳା ସହ ବଂଶୀ ମାଛ ମାରିବାକୁ ପୋଖରୀକୁ ଯାଇଥିଲେ। ହେଲେ ଆଜି ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ତେବେ ମାଛ ମାରିଥିବା ସ୍ଥାନରେ ବିଦ୍ୟୁତ ତାର ସଂଯୋଗ କରାଯାଇଥିଲା। କରେଣ୍ଟ ଦେଇ ବଂଶୀଧରଙ୍କୁ ହତ୍ୟା କରାଯାଇଥିବା ତାଙ୍କ ଭାଇ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ବଙ୍ଗୋମୁଣ୍ଡା ପୁଲିସ ଘଟଣାସ୍ଥଳରେ ତଦନ୍ତ କରୁଛି ଓ ଘଟଣାର ଖୋଳତାଡ କରୁଛନ୍ତି।
ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…
କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…
ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…
ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା । ଅସହ୍ୟ…
ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…
ଇରାନ୍ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…