ଯାଜପୁର: ଦୁଧେଇ ନଦୀରେ ବୁଡି ଜଣେ ନିଖୋଜ,ଦମକଳବାହିନୀ ସହ ଓଡ୍ରାଫ ଟିମର ଉଦ୍ଧାର କାର୍ଯ୍ୟ ଜାରି

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନସ୍ଥ ଅନ୍ୟାସପୁର ଗ୍ରାମର ଶଙ୍କର୍ଷଣ ମଲିକ (୫୫) ବର୍ଷ ନିଜ ଚାଷ କାମ ସାରି ଘରକୁ ଫେରିବା ବେଳେ ଆସବଧାନତାବଶତଃ ଦୁଧେଇ ନଦୀରେ ବୁଡିଯାଇଥିଲେ l ଘଟଣା ସ୍ଥଳରେ କିଛି ଲୋକ ଦେଖି ଗାଁ ଲୋକଙ୍କୁ ଡାକ ପକାଇଥିଲେ l ଘଟଣାସ୍ଥଳରେ ଲୋକ ମାନେ ପହଂଚି ଖୋଜାଖୋଜି କରିବା ସହିତ ପ୍ରଶାସନକୁ ଖବର ଦେଇଥିଲେ l

jajpur dudhei ପ୍ରଶାସନ ନିକଟରୁ ଖବର ପାଇ ବରୀ ଦମକଳବାହିନୀ ସହ ଓଡ୍ରାଫ ଟିମ ଘଟଣା ସ୍ଥଳରେ ପହଞ୍ଚି ନଦୀରେ ନିଖୋଜ ଥିବା ବ୍ୟକ୍ତିଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି l ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କ କୌଣସି ସନ୍ଧାନ ମିଳିନଥିବା ଜଣାପଡିଛି।