ଭାଲୁ ଆକ୍ରମଣର ଶିକାର ହେଲେ ଯୁବକ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ମୟୂରଭଞ୍ଜ (କେନ୍ୟୁଜ) : ମୟୂରଭଞ୍ଜ ଜିଲ୍ଲା ସାତକୋଶିଆ ରେଞ୍ଜ ଭାଲିଆଡାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଗଦଫା ଗ୍ରାମର ଚତିରିସାହିର ସ୍ଵର୍ଗତ ଡୁବୁରାଇ ବାଙ୍କିରାଙ୍କ ପୁଅ ସର୍ଦ୍ଦାର ବାଙ୍କିରା(୩୫) ଭାଲୁ ଆକ୍ରମଣରେ ଆହତ ହୋଇଛନ୍ତି । ଏହା ପରେ ତାଙ୍କୁ ଠାକୁରମୁଣ୍ଡା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣାରୁ ପ୍ରକାଶ ଯେ,ଆଜି ମଙ୍ଗଳବାର ସକାଳ ୬ଟା ବେଳେ ବାଗଦଫା ଗ୍ରାମର ସର୍ଦ୍ଦାର ନିତ୍ୟ କର୍ମ ସାରିବା ପାଇଁ ଗ୍ରାମ ପାଖ ଚତିରିକୁ ଯାଇଥିଲେ । ନିତ୍ୟ କର୍ମ ସାରିବା ବେଳେ ଚତିରି ପାଖ ଜଙ୍ଗଲରୁ ଏକ ଭାଲୁ ଦୈାଡି ଆସି ସର୍ଦ୍ଦାର କୁ ଆକ୍ରମଣ କରିଥିଲା ।

ଏହି ଆକ୍ରମଣରେ ସର୍ଦ୍ଦାରର ଦୁଇ ହାତକୁ ଭାଲୁ କାମୁଡିଵା ଫଳରେ ଦୁଇ ହାତର କହୁଣୀ ପାଖରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ସର୍ଦ୍ଦାର ସହିତ ନିତ୍ୟ କର୍ମ ସାରିବା ପାଇଁ ଯାଇଥିବା ଅନ୍ୟ ଏକ ଛୋଟ ପିଲା ଭାଲୁ କୁ ଦେଖି ଚିତ୍କାର କରିଥିଲା । ଚିତ୍କାର ଶୁଣି ପାଖ ଚାଷ ଜମି କୁ ଯାଇଥିବା ଲୋକମାନେ ସର୍ଦ୍ଦାର କୁ ଉଦ୍ଧାର କରି ଘର ଲୋକଙ୍କୁ ଖବର ଦେଇଥିଲେ । ଘର ଲୋକ ଏକ ଅଟୋ ସାହାଯ୍ୟରେ ସର୍ଦ୍ଦାରକୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଦୁଇଦିନ ହେଲା ଲଗାଣ ବର୍ଷା ଯୋଗୁଁ ଭାଲୁଟି ଜଙ୍ଗଲ କୁ ଯାଇ ନପାରି ଗ୍ରାମପାଖ ଗ୍ରାମ୍ୟ ପତଳା ଜଙ୍ଗଲରେ ରହିଥିବାର ଘରଲୋକେ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.