ମା’ ତାରିଣୀଙ୍କ ଆଶୀର୍ବାଦ ପାଇବା ପାଇଁ ୧୦୦ କିମି ଚାଲିଚାଲି ପୁଣି ଗୁରୁଣ୍ଡି ଗୁରୁଣ୍ଡି ଭକ୍ତ ପହଞ୍ଚିଲେ ସିଂହଦ୍ୱାରରେ

କେନ୍ଦୁଝର( କେ ନ୍ୟୁଜ) : ଲକଡାଉନରେ ମନ୍ଦିର ବନ୍ଦ ରହିଛି। କିନ୍ତୁ ଲୋକ ଆସ୍ଥା ମରିନି। ଲୋକେ ଏହି ମହାମାରୀରୁ ବଞ୍ଚିବା ପାଇଁ ଭଗବାନଙ୍କ ଶରଣ ପସିଛନ୍ତି। ଭଗବାନଙ୍କ ଆର୍ଶୀବାଦ ପାଇବା ପାଇଁ ଚାହିଁବସିଛନ୍ତି ଶ୍ରଦ୍ଧାଳୁ। ତେଣୁ ମନ୍ଦିର ବନ୍ଦ ରହିଥିଲେ ସୁଦ୍ଧା ବାହାରେ ନିଜର ଦୁଃଖ କଷ୍ଟକୁ ଜଣାଉଛି ଭକ୍ତ। ଏପରି ଜଣେ ଭକ୍ତ ମନ୍ଦିର ବନ୍ଦ ଥିଲେ ସୁଦ୍ଧା ଦୀର୍ଘ ୧୦୦ କିମି ବାଟ ଚାଲିଚାଲି ଆସି ମନ୍ଦିରରେ ପହଞ୍ଚିଛନ୍ତି।

TARINI BHAKTA-2

କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାତାରିଣୀଙ୍କ ଆଶିଷ ଲାଭ ପାଇବା ପାଇଁ ଭକ୍ତ ଉପବାସ ଆଉ ପୁଣି କେତେ ମାନସିକ କରିଥାନ୍ତି । ଭକ୍ତି ଓ ଭାବରେ ବନ୍ଧା ମାତାରିଣୀ । ଏଭଳି ଜଣେ ଭକ୍ତ ଯିଏକି କରୋନା ମହାମାରୀକୁ ନେଇ ସମସ୍ତ ଦେବାଦେବୀ ପୀଠ ବନ୍ଦ ଥିବାସ୍ଥଳେ ମାଙ୍କ ଠାରୁ ଟିକିଏ ଆଶୀର୍ବାଦ ପାଇବା ପାଇଁ ଭଦ୍ରକ ଜିଲ୍ଲାର ବାଲିଆ ଗ୍ରାମର ସୁଧାଶୁଂ ଶେଖର ମାଙ୍କ ଆଶିଷ ପାଇବା ପାଇଁ ୧୦୦କି.ମି ରୁ ଅଧିକ ବାଟ ଚାଲି ଚାଲି ମାଙ୍କ ପୀଠରେ ପହଞ୍ଚିଛନ୍ତି । ମାଙ୍କ ପୀଠକୁ ପହଞ୍ଚିବାକୁ ଥିବା ୧କି.ମି. ରାସ୍ତା ଗୁରୁଣ୍ତି ଗୁରୁଣ୍ତି ଆସି ମାଙ୍କ ଫାଟକ ପାଖରେ ପହଞ୍ଚି ମାଙ୍କୁ ନଡିଆ ଭାଙ୍ଗି ସମର୍ପଣ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.