ରାଜଧାନୀ ଭୁବନେଶ୍ବରରେ ମୃଦୁ ଭୂକମ୍ପ ଝଟକା
ଭୁବନେଶ୍ବର : ରାଜଧାନୀରେ ଭୂମିକମ୍ପ। ଆଜି ସକାଳେ ଭୁବନେଶ୍ବରରେ ଭୂମିକମ୍ପ ଅନୁଭୂତ ହୋଇଛି। ଖୁବ କମ ସମୟ ପାଇଁ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲେ ମଧ୍ୟ ଲୋକମାନଙ୍କୁ ସାମାନ୍ୟ ଝଟକା ଲାଗିଥିଲା। ତେବେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଭୂକମ୍ପ ଝଟକା ଅନୁଭୂତ ହେବା ପରେ କିଛି ଲୋକ ଘରୁ ବାହାରକୁ ବାହାରି ଆସିଥିଲେ। ତେବେ କେତେ ଅଞ୍ଚଳରେ ଝଟକା ଅନୁଭୂତ ହୋଇଛି ସେ ସଂପର୍କରେ ସ୍ପଷ୍ଟ ସୂଚନା ଆସିପାରି ନାହିଁ। ସକାଳ ପ୍ରାୟ ୭ଟା ୧୭ ମିନିଟ ସମୟରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୫ରୁ କମ ରହିଥିବା ସୂଚନା ମିଳିଛି। ଭୂମିକମ୍ପ ନେଇ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ହୋଇନି।