ଭୁବନେଶ୍ବର: ଲଷ୍ମୀସାଗର ହଲଦୀପଡ଼ିଆ ବସ୍ତିରେ ଘରେ ଝୁଲନ୍ତା ଅବସ୍ଥାରେ ଜଣେ  ନାବାଳକର ମୃତ ଦେହ ଉଦ୍ଧାର

କେନ୍ୟୁଜ୍(ବ୍ୟୁରୋ): ଲଷ୍ମୀସାଗର ଥାନା ଅନ୍ତର୍ଗତ ହଲଦୀପଡ଼ିଆ ବସ୍ତିରେ ଅଭାବନୀୟ ଘଟଣା। ଘରେ ଝୁଲନ୍ତା ଅବସ୍ଥାରେ ଜଣେ  ନାବାଳକର ମୃତ ଦେହ ଉଦ୍ଧାର କରାଯାଇଛି। ନାବାଳକ ଜଣକ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହୁଛନ୍ତି।  ବେକରେ ଓଢଣୀ ଲଗାଇ ନିଜ ଶୋଇବା ଘର ନାବାଳକ ଜଣକ ଆତ୍ମହତ୍ୟା କରିଥିବା ପ୍ରଥମେ ତାର ମା ଦେଖିବାକୁ ପାଇଥିଲେ। ପରେ ସହି ପଡ଼ିଶାଙ୍କୁ ଡାକ ପକାଇଥିଲା ।

minor boy si

ମା ସହିତ ନାବାଳକର ସବୁବେଳେ କିଛି କାରଣ ନଥାଇ ଝଗଡା ଲାଗୁଥିଲା । ତେଣୁ ତା ମା‘ ତାକୁ  ମରି ଝୁଲାଇ ଦେଇଥିବାର ପଡୋଶୀମାନେ ସନ୍ଦେହ କରୁଛନ୍ତି। ଘଟଣା ସ୍ଥଳରେ ଲକ୍ଷ୍ମୀସାଗର  ପୋଲିସ ପହଞ୍ଚି  ନବାଳକର ମରଶରୀରକୁ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.