ଇ-କେୱାସି ପାଇଁ ଚାଲିଗଲା ଜୀବନ, କୂଅରେ ପଡି ନାବାଳକ ମୃତ

ଯାଜପୁର : ଇ-କେୱାସି କରିବା ପାଇଁ ଯାଉଥିବା ବେଳେ ଚାଲିଗଲା ଜୀବନ । ଯାଜପୁର ଜିଲ୍ଲା କୋରେଇ ବ୍ଲକ ତୁଳତି ପଞ୍ଚାୟତରେ ଅଭାବନୀୟ ଘଟଣା । ସୁଭଦ୍ରା ଆବେଦନ ଓ ରାସନ୍ କାର୍ଡ ଇ କେୱାୟିସି କରିବା ପାଇଁ ଯାଉଥିବା ବେଳେ କୂଅରେ ପଡ଼ି ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତକ ସ୍ଥାନୀୟ ଅଞ୍ଚଳର ଗଣେଷ ଚନ୍ଦ୍ର ଶିଆଳଙ୍କ ପୁଅ ସମ୍ବିତ ଶିଆଳ ।

ସୂଚନା ଅନୁସାରେ ଗଣେଶଙ୍କ ପରିବାର କଟକରେ ରହୁଥିବା ବେଳେ କେବଳ ସୁଭଦ୍ରା ଆବେଦନ ଓ ରାସନ କାର୍ଡରେ ଇ-କେୱାସି କରିବା ପାଇଁ ଗାଁକୁ ଯାଇଥିବା ବେଳେ ସମ୍ବିତ ଏକ କୂଅ ରେ ପଡ଼ି ଯାଇଥିଲା । ଖୋଜାଖୋଜି କରି ପିଲାଟିକୁ ଘର ପାଖରେ ଥିବା ପାଣିଥିବା କୂଅରୁ ଉଦ୍ଧାର କରାଯାଇ ସାଙ୍ଗେ ସାଙ୍ଗେ ମେଡିକାଲ ନେଇଥିଲେ ସେଠାରେ ଡାକ୍ତର ସମ୍ବିତକୁ ମୃତ ଘୋଷଣା କରିଥିଲେ ।  ବାପା ମାଙ୍କ କହିବା କଥା e-kyc କରିବାକୁ ଯାଇଥିବାରୁ ପିଲାଟିକୁ ହରାଇ ବସିଲେ । ସେଥିପାଇଁ ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଏଭଳି ନିୟମକୁ ବନ୍ଦ କରିବାକୁ ଦାବି କରାଯିବା ସହ ମୃତ ପରିବାର ବର୍ଗଙ୍କୁ ରେଡକ୍ରସ ସହାୟତା ପାଇଁ ଦାବି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like