ଟ୍ରକ ଧକ୍କାରେ ଚାଲିଗଲା ଶିଶୁର ଜୀବନ, ଘଟଣାସ୍ଥଳରେ ଉତ୍ତେଜନା

ଆନନ୍ଦପୁର:  ବାପା-ମାଆଙ୍କ ଆଗରେ ଚାଲିଗଲା ଶିଶୁର ଜୀବନ । ରାସ୍ତା ପାର୍ ବେଳେ ଶିଶୁକୁ ଚାପିଦେଲା ଛତୁଆ ବୋଝେଇ ମିନିଟ୍ରକ  । କେନ୍ଦୁଝର ଜିଲ୍ଲା ଆନନ୍ଦପୁର – ଛେନାପଦି – ହଦଗଡ଼ ରାସ୍ତାର ସଙ୍କଟପାଲିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଛତୁଆ ବୋଝେଇ ମିନିଟ୍ରକ ଧକ୍କାରେ ଏକ ୫ବର୍ଷର ଶିଶୁର ମୃତ୍ୟୁ ଘଟିଛି । ମୃତକ ହେଲେ ଭଦ୍ରକ ଜିଲ୍ଲା ଦୋଳପଦି ଗାଁର କାଳିଆ ମୁଣ୍ଡାଙ୍କ ପୁଅ ବାଦଲ ମୁଣ୍ଡା । ସେ ବାପା ଓ ମାଆଙ୍କ ସହ ସଙ୍କଟ ପାଲିଆ ଗାଁକୁ ବୁଲିବାକୁ ଆସିଥିଲେ । ରାସ୍ତା ପାର୍ ହେଉଥିବା ବେଳେ ଟ୍ରକଟି ଶିଶୁଟିକୁ ଧକ୍କା ଦେଇଥିଲା ।  ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ।  ସୋସୋ ଥାନା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଳୋକଙ୍କୁ ବୁଝାସୁଝା କରୁଛନ୍ତି ।

 

 

ଆହୁରି ପଢ଼ନ୍ତୁ: କ୍ୟାପିଟାଲ ହସ୍ପିଟାଲରେ ଜୀବନ ହାରିଦେଲେ କର୍ମଚାରୀ, ଏକ୍ସରେ ରୁମରୁ ମୃତଦେହ ଉଦ୍ଧାର