ବର୍ଷକ ତଳେ ଅପହରଣ ହୋଇଥିବା ନାବାଳିକା ଯାଜପୁରରୁ ଉଦ୍ଧାର, ବର୍ତ୍ତମାନ ୩ମାସର ଗର୍ଭବତୀ

ଭୁବନେଶ୍ବର: ପୁଣି ଲଜ୍ଜା । ବର୍ଷକ ତଳେ ଉତ୍ତରା ଫାଣ୍ଡି ଅଞ୍ଚଳରୁ ଅପହରଣ କରାଯାଇଥିବା ନାବାଳିକା ଯାଜପୁର ମଙ୍ଗରାଜପୁର ଥାନା ଅଧୀନ ପକଟପୁର ଗ୍ରାମକୁ ଉଦ୍ଧାର । ଗତକାଲି ପୋଲିସ୍ ଉକ୍ତ ଗ୍ରାମରେ ଚଢାଉ କରି ନାବାଳିକାଙ୍କୁ ଉଦ୍ଧାର କରିଛି। ଦୁଃଖର କଥା ନାବାଳିକା ଜଣଙ୍କ ବର୍ତ୍ତମାନ ୩ ମାସର ଗର୍ଭବତୀ । ତେବେ ଉତ୍ତରା ଫାଣ୍ଡି ପୋଲିସ୍ ନାବାଳିକା ଜଣଙ୍କୁ ଉଦ୍ଧାର କରିବା ସହିତ ଆଜି ପିପିଲି ଜେଏମଏଫସି ଜୁଭେନାଇଲ୍ କୋର୍ଟରେ ହାଜର କରାଇବ । ସେଠାରେ ତାଙ୍କର ବୟାନ ରେକର୍ଡ କରାଯିବ।

ତେବେ ଯଦି ସେଠାରେ ନାବାଳିକାଙ୍କ ପରିବାର ଲୋକେ ତାଙ୍କୁ ନେବାକୁ ମନା କରିଦିଅନ୍ତି, ତେବେ ତାଙ୍କୁ ଆଶ୍ରୟସ୍ଥଳୀକୁ ପଠାଇ ଦିଆଯିବ ବୋଲି ପୋଲିସ୍ ଅଧିକାରୀ କହିଛନ୍ତି । ସବୁଠାରୁ ଦୁଃଖର କଥା ଏଯାଏ ପୋଲିସ୍ ଅପହରଣକାରୀଙ୍କୁ ଗିରଫ କରିପାରିନାହିଁ । ସୂଚନା ଥାଉକି, ଗତ ବର୍ଷ ମେ ୧୪ତାରିଖରେ ପିଣ୍ଟୁ ମଲ୍ଲିକ୍ ନାମକ ଜଣେ ୨୬ ବର୍ଷିୟ ଯୁବକ ନାବାଳିକା ଜଣଙ୍କୁ ଅପହରଣ କରିନେଇଥିଲା। ସେତେବେଳେ ନାବାଳିକାଙ୍କ ବାପା ଏନେଇ ଉତ୍ତରା ଫାଣ୍ଡିରେ ଅଭିଯୋଗ କରିଥିଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.