ରାଜ୍ୟ

ଟଙ୍କା ନ ଦେବାରୁ ସାଙ୍ଗକୁ ମାରିଦେଲେ ସାଙ୍ଗ, ୩ ସହପାଠୀ ଅଟକ

ରାଉରକେଲା (କେନ୍ୟୁଜ): ଟଙ୍କା ନ ଦେବାରୁ ସାଙ୍ଗକୁ ମାରିଦେଲେ ସାଙ୍ଗ। ରାଉରକେଲା ଟାଙ୍ଗରପାଲି ହେକେଟ ରୋଡ଼ର କଚଡା ପୁଲିଆ ନିକଟରୁ ଛାତ୍ରର ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ଜଣକ ବାଲୁଘାଟର ରୁଦ୍ର ପାଢୀ। ସେ ଏକ ଘରୋଇ ଇଂରାଜୀ ମିଡିୟମ ସ୍କୁଲରେ ପଢୁଥିଲ୍। ଆଜି ସକାଳେ ନାବାଳକଙ୍କ ମୃତଦେହ କଚଡ଼ା ପୁଲିଆ ନିକଟରେ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୋଲିସକୁ ଖବର ଦେଇଥିଲେ।

ଅଭିଯୋଗ ଅନୁଯାୟୀ, ଗଣେଶ ଭସାଣୀ ଦିନ ରୁଦ୍ରଙ୍କୁ ତାଙ୍କର ୩ ଜଣ ସହପାଠୀ ଟଙ୍କା ମାଗିଥିଲେ। ତେବେ ରୁଦ୍ର ଟଙ୍କା ନଦେବାରୁ ଉତ୍ୟକ୍ତ ହୋଇ ତିନି ସାଙ୍ଗ ମିଶି ପଥରରେ ଛେଚି ହତ୍ୟା କରିଥିଲେ। ଘଟଣାରେ ପୋଲିସ ରୁଦ୍ରଙ୍କ ୩ ଜଣ ସହପାଠୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

Barsha

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

22 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

29 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

45 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

51 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago