ସାପ କାମୁଡ଼ାରେ ଚାଲିଗଲା ନାବାଳକର ଜୀବନ

ସମ୍ବଲପୁର :  ରେଢ଼ାଖୋଲ ବ୍ଳକ ଲୁହାପଙ୍କ ପଞ୍ଚାୟତ ଅନ୍ତର୍ଗତ ସାମପୁର ଗାଁ ରେ ଘଟିଛି ଅଭାବନୀୟ ଘଟଣା ।  ଚିତିସାପ କାମୁଡାରେ ଜଣେ ୧୫ ବର୍ଷିୟ ନାବାଳକର ମୃତ୍ୟୁ ହୋଇଛି ।  ମୃତ ଜଣକ ହେଲେ ବଡବାହାଲ ପଞ୍ଚାୟତ ବଡକୁଡା ଗ୍ରାମର ପ୍ରସନ୍ନ ସାହୁଙ୍କ ପୁଅ ସ୍ୱାଗତ ସାହୁ  ।  ସେ ତା ମାମୁଘର ସାମପୁର ଗ୍ରାମରେ ରହି ଦଶମ ଶ୍ରେଣୀରେ ପଢ଼ୁଥିଲେ । ହେଲେ ଗତକାଲି ବିଳମ୍ବିତ ରାତି ୨ଟା ସମୟରେ ଘରେ ପଲଙ୍କରେ ଶୋଇଥିବା ବେଳେ ଏକ ଚିତିସାପ ଆସି ସ୍ୱାଗତଙ୍କ ବେକରେ କାମୁଡି ଦେଇଥିଲା ।

ଫଳରେ ପରିବାର ଲୋକେ କିଛି ସମୟ ପରେ ଜାଣିପାରି ତାଙ୍କୁ ଝଡାଫୁଙ୍କା କରିଥିଲେ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଶନିବାର ସକାଳୁ ରେଢ଼ାଖୋଲ ଡାକ୍ତରଖାନାକୁ ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ୱାଗତ ଜଣେ ଭଲ ଛାତ୍ର ସହ ସେ ବିଦ୍ୟାଳୟ ରେ ସମସ୍ତଙ୍କ ପ୍ରିୟ ଥିଲେ ।  ପାଠ ପଢା ଥିଲା ତାଙ୍କ ନିଶା, ସବୁଥିରେ ଭାଗନେଇ ପୁରସ୍କୃତ ବି ହେଉଥିଲେ ହେଲେ ଏଭଳି ମୃତ୍ୟୁକୁ ନେଇ ତାଙ୍କ ପରିବାର, ଗାଁ ରେ ଓ ପଢୁଥିବା ସ୍କୁଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like