ସୋର: ବାଲେଶ୍ବର ଜିଲ୍ଲାର ସୋରରେ ବିଚ ରାସ୍ତାରେ ଡାକ୍ତରଙ୍କୁ ହାଣିଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଶିଶୁ ବିଶେଷଜ୍ଞ ଡାକ୍ତର ବ୍ରଜ କିଶୋର ସ୍ୱାଇଁଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସୋର କଲେଜ ରୋଡରେ ଥିବା ନିଜ କ୍ଲିନିକରୁ ବାପାଙ୍କ ସହିତ ଘର ଖଇରାକୁ ଯିବା ପାଇଁ ଡାକ୍ତର ସ୍ୱାଇଁ କ୍ଲିନିକରୁ ତଳକୁ ଓଲ୍ଲାଇ ଆସୁଥିବା ବେଳେ ଅତର୍କିତ ଆକ୍ରମଣ ହୋଇଛି ।
୬ ଜଣ ଦୁର୍ବୃତ୍ତ ପଲସରରେ ଆସି ଡାକ୍ତର ବ୍ରଜକିଶୋର ସ୍ୱାଇଁଙ୍କ ବେକକୁ ହାଣି ପକାଇଥିଲେ । ଏହାପରେ ସେମାନେ ଫେରାର ହୋଇଯାଇଛନ୍ତି । ଆକ୍ରମଣ ସ୍ଥଳରୁ କଟୁରୀ ଓ ଅନ୍ୟ ମାରଣାସ୍ତ୍ର ଜବତ ହୋଇଛି । ଗୁରୁତର ଅବସ୍ଥାରେ ଡାକ୍ତର ସ୍ବାଇଁଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଆକ୍ରମଣର କାରଣ ଜଣାପଡ଼ିନାହିଁ ।
ଆହୁରି ପଢ଼ନ୍ତୁ : ଦ୍ୱିତୀୟ ଶ୍ରେଣୀର ଛାତ୍ରୀକୁ ମାଡ଼ ମାରି ନିଲମ୍ବନ ହେଲେ ଶିକ୍ଷକ