ପୋଲିସ ଏନ୍କାଉଣ୍ଟରରେ ଜଣେ ମାଓବାଦୀ ମୃତ, ସର୍ଚ୍ଚ ଅପରେସନ ଜାରି
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ପୋଲିସକୁ ମିଳିଛି ପୁଣି ସଫଳତା । ପୋଲିସ ଏନକାଉଣ୍ଟରରେ ଟଳିପଡ଼ିଲା ହାର୍ଡକୋର ମାଓବାଦୀ । ସୁକମା ଜିଲ୍ଲା ଟେଟରାଇ ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଗୁଳିବିନିମୟବେଳେ ଜଣେ ହାର୍ଡକୋର ମାଓବାଦୀ ନିହତ । ମାଓବାଦୀ ଲୁଚିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ପୋଲିସକୁ ମିଳିଛି ପୁଣି ସଫଳତା । ପୋଲିସ ଏନକାଉଣ୍ଟରରେ ଟଳିପଡ଼ିଲା ହାର୍ଡକୋର ମାଓବାଦୀ । ସୁକମା ଜିଲ୍ଲା ଟେଟରାଇ ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଗୁଳିବିନିମୟବେଳେ ଜଣେ ହାର୍ଡକୋର ମାଓବାଦୀ ନିହତ । ମାଓବାଦୀ ଲୁଚିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି ରହିଛି । ସୁକମା ଏସପି କିରଣ ଚୌହାନଙ୍କ ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ ଓ ଡିଆରଜି ଯବାନ ଟେଟରାଇ ଟୋଲନଇ ଜଙ୍ଗଳରେ ଚଢ଼ାଉ କରିଥିଲେ । ସର୍ଚ୍ଚ ଅପେରେସନ ପରେ ସବିଶେଷ ବିବରଣୀ ପ୍ରଦାନ କରାଯିବ ବୋଲି କୁହାଯାଇଛି।