ଯାଜପୁର ୧୬ନଂ ଜାତୀୟ ରାଜପଥରେ ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର

ଯାଜପୁର: ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ । ଜଣେ ଗୁରୁତର । ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର କୁଆଖିଆ ଛକ ନିକଟରେ । ମୃତକ ହେଲେ ସ୍ଥାନୀୟ ସନ୍ତରା ଗ୍ରାମର କ୍ଷୀରୋଦ କୁମାର ଓଝା ।

ଗତକାଲି ରାତିରେ ନିଜ ବାଇକରେ ଜଣେ ସାଙ୍ଗକୁ ବସାଇ କଟକରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଖବର ପାଇ କୁଆଖିଆ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।