ଚଳନ୍ତା କଲେଜ ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ
ଅନୁଗୁଳ : ଚଳନ୍ତା କଲେଜ ବସରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ । ଅନୁଗୁଳ କମଲେଶ ହୋଟେଲ ଛକ ନିକଟରେ ବସରେ ନିଆଁ ଲାଗିଛି । ଏକ ଘରୋଇ କଲେଜର ବସରେ ଛାତ୍ର ଛାତ୍ରୀ ଯାଉଥିବା ବେଳେ ହଠାତ ବସରେ ନିଆଁ ଲାଗିଛି । କେଉଁ କାରଣରୁ ନିଆଁ ଲାଗିଲା ଅସ୍ପଷ୍ଟ ରହିଛି ।
ସୂଚନା ଯୋଗ୍ୟ ଗତକାଲି କଟକ ଖାନନଗର ଛକରେ ମଧ୍ୟ ଚଳନ୍ତା ବସରେ ନିଆଁ ଲାଗିଥିଲା । ବସର ପଛ ଡିକିରେ ନିଆଁ ଲାଗିଥିଲା ବୋଲି ଜଣାପଡିଥିଲା । ଜୀବନ ବିକଳରେ ବସରୁ ଓହ୍ଲାଇ ପଡିଲେ ସମସ୍ତ ଯାତ୍ରୀ । କଟକରୁ ଢେଙ୍କାନାଳ ଓ କାମାକ୍ଷାନଗର ଯାଉଥିଲା ବସ୍ । ଏହାପରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କରିଥିଲେ । ଡିକିରେ ଥିବା ତାରରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରିଥିଲେ ଅଗ୍ନିଶମ ଅଧିକାରୀ ।