ମାନବପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁ ସସ୍‌ପେନ୍ସ : ରେଳବାଇ ଥାନା ପକ୍ଷରୁ ହତ୍ୟା ମାମଲା ରୁଜୁ

ଭୁବନେଶ୍ୱର: ଭୁବନେଶ୍ୱରରେ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଜାରି। ଏହି ଘଟଣାରେ ଜିଆରପି ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚାଲିଛି। ପୂର୍ବରୁ ୟୁଡି କେସ୍‌ ରୁଜୁ ହୋଇଥିଲା। GRP ପକ୍ଷରୁ ପରିବାର ଲୋକଙ୍କ ବୟାନ୍‌ ରେକର୍ଡ କରାଯାଇଛି। ଗତକାଲି ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୋଲିସ ଏକ ହତ୍ୟା ମାମାଲା ରୁଜୁ କରି ତନାଘନା ଆରମ୍ଭ କରିଛି।

ସେପଟେ ରାତିସାରା ପିପୁଲ ଫର୍‌ ସେବା ସଙ୍ଗଠନ ପକ୍ଷରୁ GRP ଥାନା ଆଗରେ ଆଦିତ୍ୟଙ୍କୁ ନ୍ୟାୟ ଦାବିରେ ଧାରଣା ଦିଆଯାଇଥିଲା। ଛାନ୍‌ଭିନ୍‌ ବେଳେ ଘର ଭିତରୁ ୪ପେଜ୍‌ର ସୁଇସାଇଡ୍‌ ନୋଟ୍‌ ପୋଲିସ ପାଇଛି। ତାଙ୍କ ମୋବାଇଲ ଫୋନ ଓ ତାଙ୍କ ପତ୍ନୀଙ୍କ ମୋବାଇଲ ଜବତ କରି ଫୋନ ନମ୍ବର ଯାଞ୍ଚ କରାଯିବ।

aditya-das caseସୂଚନା ଥାଉକି, ଗତ ୭ତାରିଖରେ ଟ୍ରେନ୍ ଲାଇନ୍‌ରୁ ତାଙ୍କର ମୃତଦେହ ମିଳିଥିଲା । ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ସୋସିଆଲ ମିଡ଼ିଆରେ ଜଣେ ଚର୍ଚ୍ଚିତ ଚେହେରା ଏବଂ ମାନବ ପ୍ରେମୀ ଆଦିତ୍ୟ ଭାବେ ସେ ଖୁବ୍ ଜଣାଶୁଣା । ‘ପିପୁଲ ଫର୍ ସେବା’ ନାମରେ ଏକ ସାମାଜିକ ସଂଗଠନ କରି ଆଦିତ୍ୟ ଗରିବ ଗୁରୁବାଙ୍କ ସହାୟତା କରୁଥିଲେ ।

Leave A Reply

Your email address will not be published.