ସ୍ମାର୍ଟ ସିଟିର ହୃଦୟ ପାଲଟୁଛି ଜଡ,  ନବଜାତ ଶିଶୁକନ୍ୟାର ଠିକଣା ରାସ୍ତା କଡ଼  

ଭୁବନେଶ୍ବର(କେନ୍ୟୁଜ୍): କନ୍ୟା ସନ୍ତାନ ଭାବି ରାସ୍ତା କଡକୁ ଫିଙ୍ଗିଦେଲେ ବାପା ମା। ଉଦ୍ଧାର କରି ଶିଶୁ ସୁରକ୍ଷା ସମିତିକୁ ହସ୍ତାନ୍ତର କଲା ପୋଲିସ। ଘଟଣା କେଉଁ ଦୁର୍ଗମ ଅଞ୍ଚଳର ନୁହେଁ ବରଂ ଖୋଦ ରାଜଧାନୀରେ ଦେଖିବାକୁ ମିଳିଛି ଏପରି ଘଟଣା। ଏମିତିରେ ଅନେକ ସମୟରେ ରାଜଧାନୀର ରାସ୍ତାକଡ଼ରେ ଶିଶୁ କନ୍ୟାକୁ କୁକୁର ଝୁଣି ଖାଉଥିବାର ଦୃଶ୍ୟ ଗଣମାଧ୍ୟମରେ କିଛିଦିନ  ଚର୍ଚ୍ଚାର ପ୍ରସଙ୍ଗ ପାଲଟିଯାଏ । କିନ୍ତୁ  ଏହାର  ସ୍ଥାୟୀ ପ୍ରତିକାର ପାଇଁ ନା ପ୍ରଶାସନ ନା ସରକାର କାହାର ବି ନିଘା ନଥାଏ । ଯାହ ଫଳରେ ବହୁ ସମୟରେ ବଳିପଡିଯାଉଛନ୍ତି ଅନେକ ନୀରିହା ନବଜାତକ।  ଏସବୁ ଚିରାଚରିତ ଭାବେ ଘଟି ଚାଲୁଛି ରାଜଧାନୀ ଭୁବନେଶ୍ବରରେ। ଗତ ଦୁଇଦିନ ତଳେ ଅର୍ଥାତ ୨୧ ଅକ୍ଟୋବର  ସକାଳୁ ଲକ୍ଷ୍ମୀସାଗର ଥାନା ବମିଖାଲ କେନାଲ ରୋଡ଼ର ଲୋପାମୁଦ୍ରା ଏନକ୍ଲେଭ ପାଚେରୀ କଡ଼ରେ ଏକ ଶିଶୁକନ୍ୟା ପଡିଥିଲା। ଯାହାକୁ ସ୍ଥାନୀୟ ଅଞ୍ଚଳରେ କିଛି ପ୍ରତଃଭ୍ରମଣକାରୀ ଦେଖିଥିଲେ ଓ ପୋଲିସକୁ ଖବର ଦେଇଥିଲେ ।ଖବର ପାଇ ଲକ୍ଷ୍ମୀସାଗର ପିସିଆର-୯ ଘଟଣା ସ୍ଥଳାରେ ପହଞ୍ଚି  ଶିଶୁକନ୍ୟାଟିକୁ ଉଦ୍ଧାର କରିଥିଲା। ପରେ ରୁଚିକା ଚାଇଲ୍ଡ ଲାଇନକୁ ଜଣାଇ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏହି ଘଟଣାକୁ ନେଇ ପୋଲିସ ତାର ଛାନଭିନ୍ ଚଳାଇଥିଲେ ମଧ୍ୟ ଏଯାବତ ଶିଶୁକନ୍ୟାଟିର ଦାବିଦାର ସମ୍ପର୍କରେ କିଛିବି ତଥ୍ୟ ପାଇନାହିଁ ପୋଲିସ। ତେବେ ସ୍ମାର୍ଟ ସିଟିର ଲୋକମାନେ ଏଭଳି କେମିତି ହୃଦୟହୀନ ହୋଇଯାଉଛନ୍ତି ତାହାକୁ ନେଇ ବୁଦ୍ଧିଜୀବୀମାନେ ଉଦେବେଗ ପ୍ରକାଶ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.