ରାଜ୍ୟରେ ଆସିବ ନୂଆ କୃଷି ନୀତି, ସବୁ ବର୍ଗର ଲୋକଙ୍କ ମତାମତ ନେଇ ଚୂଡ଼ାନ୍ତ କୃଷି ନୀତି ହେବ ପ୍ରସ୍ତୁତ

ପ୍ରକାଶ ପାଇଲା ଚିଠା କୃଷି ନୀତି-୨୦୧୯ । ରାଜ୍ୟ ସରକାରଙ୍କ ଫୋକସରେ କାଳିଆ ଯୋଜନା । ଚାଷୀଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରୁଥିବା କାଳିଆ ଯୋଜନାକୁ ଆଗାମୀ ୫ ବର୍ଷ ଯାଏଁ ଚାଲୁ ରଖିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଚାଷୀଙ୍କ ଆୟକୁ ବହୁଗୁଣିତ କରିବା ପାଇଁ ନୂଆ କୃଷି ନୀତି ଲାଗି ପ୍ରସ୍ତୁତ ଚିଠାରେ ଦିଆଯାଇଛି ଅନେକ ପ୍ରସ୍ତାବ । ସେହିପରି ଫୋକସରେ ମଧ୍ୟ ରହିଛି ଜଳସେଚନ ବ୍ୟବସ୍ଥା । କୃଷି ମନ୍ତ୍ରୀ କହିଛନ୍ତି, ସବୁ ବର୍ଗର ଲୋକଙ୍କ ମତାମତ ନେଇ ଚୂଡ଼ାନ୍ତ କୃଷି ନୀତି ପ୍ରସ୍ତୁତ ହେବ।

ଆହୁରି ପଢନ୍ତୁ: ମୁମ୍ବାଇର ୨୬/୧୧ ଆକ୍ରମଣର ରିପିଟ କରିବାକୁ ଚାହୁଁଚନ୍ତି ଆତଙ୍କବାଦୀ, ଗୁଇନ୍ଦା ସୂଚନା ପରେ ସଜାଗ ନୌସେନା

ସେପଟେ ରାଜ୍ୟ ସରକାର ଆଣିବାକୁ ଯାଉଥିବା କୃଷିନୀତି ଉପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ । କଂଗ୍ରେସ କହିଛି, ପୂର୍ବରୁ ରାଜ୍ୟ ସରକାର ଅନେକ ନୀତି, ଯୋଜନା କରିଛନ୍ତି। କୃଷି ବଜେଟ୍‌ ଠାରୁ ଆରମ୍ଭ କରି ଆଳୁ ମିଶନ ଯାଏଁ। କିନ୍ତୁ ସବୁ କିଛି ଫେଲ ମାରିଛି। ସେପଟେ ବିଜେପି କହିଛି, ଏଯାଏଁ ସବୁ ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା ହୋଇପାରିଲାନାହିଁ । ପୂର୍ବରୁ ରାଜ୍ୟରେ ୧୯୯୬ରେ ପ୍ରଥମ କୃଷି ନୀତି ଆସିଥିଲା । ଏହାପରେ ୨୦୦୮ ଓ ୨୦୧୩ରେ କୃଷି ନୀତି ଘୋଷଣା କରାଯାଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.