ପାହାଡ଼ ନିକଟରୁ ନବଜାତ ଶିଶୁକନ୍ୟା ଉଦ୍ଧାର, ହେଲେ ଡାକ୍ତରଖାନାରେ ମୃତ ଘୋଷଣା

ଯାଜପୁର (କେନ୍ୟୁଜ) : ପୁଣି ଅଲୋଡ଼ା ଶିଶୁକନ୍ୟା। ପାହାଡ଼ ନିକଟରୁ ନବଜାତ ଶିଶୁକନ୍ୟା ଉଦ୍ଧାର। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନ ଅଧୀନ ମାଣ୍ଡୁକା ପଂଚାୟତରେ। ଆଜି ସକାଳୁ ସ୍ଥାନୀୟ ଅଂଚଳରେ ଥିବା ଏକ ପାହାଡ଼ ନିକଟରେ ନବଜାତ ଶିଶୁକନ୍ୟା ପଡିଥିବା ସ୍ଥାନୀୟ ଅଂଚଳ ଲୋକେ ଦେଖିବାକୁ ପାଇଥିଲେ।

ଏ ନେଇ ଜାଣିବା ପରେ ନବଜାତ ଶିଶୁକନ୍ୟାଟିକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସ୍ଥାନୀୟ ଲୋକେ ଓ ଆଶାକର୍ମୀଙ୍କ ସହାୟତାରେ ନବଜାତ ଶିଶୁକନ୍ୟାକୁ ଆମ୍ବୁଲାନ୍ସ ଯୋଗେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ହେଲେ ଶିଶୁକନ୍ୟାଟିର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ, କିଛି ସମୟ ଭିତରେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁକନ୍ୟାକୁ ମୃତ ଘୋଷଣା କରିଥିଲେ ଡାକ୍ତର। ତେବେ ଶିଶୁକନ୍ୟାଟିକୁ କିଏ ଓ କାହିଁକି ଏଭଳି ଅବସ୍ଥାରେ ଛାଡି ଚାଲି ଯାଇଛି ସେ ନେଇ ଅଧିକ ତଦନ୍ତ ଚଳାଇଛି ବାଲିଚନ୍ଦ୍ରପୁର ଥାନା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.