ପୋଖରୀରେ ବୁଡ଼ି ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ସୋର(କେନ୍ୟୁଜ): ପୋଖରୀରେ ବୁଡ଼ି ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ବାଲେଶ୍ୱର ଜିଲ୍ଲା ସୋର ଥାନା ତେଣ୍ଟେଇ ଗାଁର ରତିକାନ୍ତ ପାଢ଼ୀଙ୍କ ପୁଅ ସୁଧାଂଶୁ ଶେଖର ପାଢି ଘର ପଛରେ ଥିବା ପୋଖରୀ ପଡି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଅନନ୍ତପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ସୋର ବିଧାୟକ ପର୍ଶୁରାମ ଧଡ଼ ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.