ଭିନ୍ନ ମଣିଷର ଭିନ୍ନ ଶରୀର ପାଇଁ ଘରେ ଦେଲେନାହିଁ ଜାଗା, ଜୀବନର ଶେଷ ଠିକଣା ପାଲଟିଛି ଜରା ନିବାସ

ଗଞ୍ଜାମ(କେନ୍ୟୁଜ୍):  ଗୋଟିଏ ଜନ୍ମଗତ ରୋଗ ମୋତେ ମୋ ପରିବାର ଠାରୁ ଅଲଗା କରିଦେଲା। ଲୋକଙ୍କ କଟାକ୍ଷ ମୋତେ ଡାଆଣୀ ସଜାଇ ଦେଲା। ଶେଷରେ ମୋଜୀବନର ଠିକଣା ଏହି ଜରା ନିବାସ ହିଁ ପାଲଟି ଯାଇଛି। ଏହି ମର୍ମସ୍ପର୍ଶୀ କଥା ଥିଲା ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ କାଦପଡା ଗାଁର କୁମାରୀ ନାୟକଙ୍କର। ପିଲାଟି ବେଳୁ କୁମାରୀଙ୍କ ଦୁଇ ଗୋଡରେ ୧୯ ଓ ଦୁଇ ହାତରେ  ୧୨ ଆଙ୍ଗଠି ରହିଛି।  ଯେଉଁଥିପାଇଁ  କୁମାରୀ ସାହି  ପଡୋଶୀଙ୍କଠାରୁ  ଆଖ୍ୟା ପାଇଛନ୍ତି  ଡାଆଣୀ। ହେଲେ ଜନ୍ମରୁ ଅସ୍ବଭାବିକ ଆଙ୍ଗୁଠି ନେଇ ଜନ୍ମ ନେଇଥିବା କୁମାରୀଙ୍କ କଣ ଭୁଲ। ଯାହ ଆଜି ତାଙ୍କ ପରିଣତ ବୟସରେ ଅନ୍ତର ବେଦନା ଦେଇଛି। ଏବେ ବି କୁମାରୀ ବୁଝି ପାରୁନାହାନ୍ତି ତାଙ୍କର ଭୁଲ କେଉଁଠି  ରହିଲା।  ପରିବାର ଲୋକେ ସିନା  ସମାଜର ଡରରେ କୁମାରୀଙ୍କୁ ଘରୁ ବାହାର କରିଦେଲେ କିନ୍ତୁ ଜରା ନିବାସର ଅନ୍ୟ ବୃଦ୍ଧ ବୃଦ୍ଧା କୁମାରୀଙ୍କୁ ନିଜର ଭାବି ଆପଣାଇ ନେଲେ।

କୁମାରୀ ଜନ୍ମରୁ ପଲ୍ଲିଡାକ୍ଟାଲି ରୋଗରେ ପଡିତ

ଗୋଡରେ ୧୯ ଆଙ୍ଗୁଠି  ଓ ହାତରେ ୧୨ ଆଙ୍ଗୁଠି ଥିବା  କୁମାରୀଙ୍କ ଏହା ଏକ ରୋଗ ଯହା ମାର ଗର୍ଭରେ ୭ରୁ ୮ ମାସର ସନ୍ତାନର ଶରୀରେରେ ଦେଖାଯାଇଥାଏ।  ଡାକ୍ତରଙ୍କ  କହିବା କଥା ହେଲା ମା ଗର୍ଭରେ ଶିଶୁକୁ ଯେତେବେଳେ ୭ରୁ ୮ ମାସ ହୋଇଥାଏ ସେତେବେଳେ  ଏହି ପଲ୍ଲିଡାକ୍ଟିଲ ରୋଗରେ ପୀଡିତ ହୋଇଥାନ୍ତି। ଅବଶ୍ୟ ଏହି ରୋଗରେ ସମସ୍ତ ଶିଶୁ ଶିକାର ହୁଅନ୍ତି ନାହିଁ। ପରିସଂଖ୍ୟାନ ଅନୁସାରେ ବିଶ୍ବରେ ୭୦୦ ରୁ ୧୦୦୦ ଜଣ ଶିଶୁଙ୍କ ମଧ୍ୟରେ ଦେଖାଯାଇଥାଏ ଏହି ରୋଗ। ଯାହା ଅଲଟ୍ରା  ସାଉଣ୍ଡ ମାଧ୍ୟମରେ ଜଣା ପଡିଥାଏ।  ପରେ ଶିଶୁ ଜନ୍ମ ନେବାର ୨ ବର୍ଷ ପରେ ଅପରେସନ ମାଧ୍ୟମରେ ଗୋଡର ଆଙ୍ଗଠି କଟା ଯାଇଥାଏ।

ଯେହେତୁ  କୁମାରୀଙ୍କ ସମୟରେ ଚିକିତ୍ସା ବିଜ୍ଞାନ ଏତେ ଉନ୍ନତ ନଥିଲା  ତେଣୁ ଏମିତି ଅସ୍ବଭାବିକ ଆଙ୍ଗୁଠି ନେଇ ଜନ୍ମ ନେଲେ କୁମାରୀ। ଯାହା ଏବେ ତାଙ୍କ ପାଇଁ ଅଭିଶାପ ହୋଇପଡିଛି। ନିଜ ଘର ପାଇଁ ସିନା  ଅଦରକାରୀ ହୋଇପଡିଲେ କୁମାରୀ କିନ୍ତୁ ବେଶ୍ ଖୁସିରେ ଜୀବନ ଯାପନ କରୁଛନ୍ତି ଜରାନିବାସରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.