ଭୁବନେଶ୍ବରରେ ରହୁଛନ୍ତି ଜଣେ ପାକିସ୍ତାନୀ ମହିଳା, ତୁରନ୍ତ ଫେରିଯିବାକୁ କମିଶନରେଟ୍ ପୋଲିସର ନୋଟିସ୍

ଭୁବନେଶ୍ବର: ଭୁବନେଶ୍ବରରେ ରହୁଛନ୍ତି ଜଣେ ପାକିସ୍ତାନୀ । ଦୀର୍ଘ ମିଆଦି ଭିସାରେ ୨୦୦୮ରୁ ଭୁବନେଶ୍ଵରରେ ରହୁଛନ୍ତି ପାକିସ୍ତାନୀ ମହିଳା । ତେବେ ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କ ଭିସା ଅବଧି ୨୦୨୪ରେ ଶେଷ ହୋଇଯାଇଛି । ଯେଉଁଥିପାଇଁ ମହିଳା ଜଣଙ୍କ ଭାରତ ଛାଡ଼ି ପାକିସ୍ତାନ ଚାଲିଯିବା ଲାଗି exit permit ପାଇଁ କମିଶନରେଟ ପୋଲିସ ନିକଟରେ ଆବେଦନ କରିଥିଲେ । କିନ୍ତୁ ତାଙ୍କ ଆବେଦନ ପଡ଼ି ରହିଥିଲା । ଏବେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ସମସ୍ତ ପାକିସ୍ତାନୀ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କୁ ମଧ୍ଯ ଭୁବନେଶ୍ବର ଛାଡି ଯିବା ପାଇଁ ପୋଲିସ ନୋଟିସ କରିଛି । ସେହିପରି ପାକିସ୍ତାନର ଅନ୍ୟ ଜଣେ ହିନ୍ଦୁ ମହିଳା ଓଡ଼ିଶାରେ ଦୀର୍ଘ ମିଆଦି ଭିସାରେ ରହୁଥିବା ଯାଞ୍ଚରୁ ଜଣାପଡ଼ିଛି । ଓଡ଼ିଶାର ଜଣେ ହିନ୍ଦୁଙ୍କୁ ସେ ବିବାହ କରିଛନ୍ତି । ସେ ଭାରତର ନାଗରିକତ୍ବ ମଧ୍ୟ ଗ୍ରହଣ କରିଛନ୍ତି ।

 

ଆହୁରି ପଢ଼ନ୍ତୁ :  ଗାଡି ସାଇଡ ମରାକୁ ନେଇ ତୁମୁଳକାଣ୍ଡ : ବିବାହ ଶୋଭାଯାତ୍ରାରେ ଖଣ୍ଡାରେ ହାଣିଲେ ବରଯାତ୍ରୀ ଦଳ