ଖସିଲା ଯାତ୍ରୀବାହୀ ବସ: ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ; ଡ୍ରାଇଭର, ହେଲ୍ପର ଓ କଣ୍ଡକ୍ଟର ଫେରାର
ବାଲୁଗାଁ: ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ । ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ୧୬ନଂ ଜାତୀୟ ରାଜପଥର ନୂଆଗଡ଼ ଛକ ନିକଟରେ ରାସ୍ତା ତଳକୁ ଖସିଛି ବସ । ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ଯାତ୍ରୀବାହୀ ବସ ବାଲୁଗାଁ ପହଞ୍ଚିିବା ପୂର୍ବରୁ ନୂଆଗଡ ଛକ ପାଖରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଯାଇଥିଲା । ବସରେ ୪୦ଜଣ ଯାତ୍ରା ଯାଉଥିବା ବେଳେ ୧୦ଜଣ ସାମାନ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର, ହେଲ୍ପର ଓ କଣ୍ଡକ୍ଟର ଫେରାର ହୋଇ ଯାଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଲୋକଙ୍କୁ ଉଦ୍ଧାର କରି ଆହତ ମାନଙ୍କୁ ମେଡିକାଲ ପଠାଇଥିଲା । ପରେ ଅନ୍ୟ ଗାଡ଼ିର ବ୍ୟବସ୍ଥା ହେବା ପରେ ଯାତ୍ରୀ ମାନେ ଯାତ୍ରା କରିଥିଲେ ।