ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ : ଲିଫ୍ଟରେ ଚାପିହୋଇ ରୋଗୀଙ୍କ ମୃତ୍ୟୁ । ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଅଭାବନୀୟ ଘଟଣା ଘଟିଛି । ମହିଳା ରୋଗୀଙ୍କ ଜଣଙ୍କ ଶ୍ୱାସ ଓ ଥାଇରଡ ରୋଗରେ ଆକ୍ରାନ୍ତ ହୋଇଥିବାରୁ ଭଦ୍ରକ ହସ୍ପିଟାଲକୁ ଆସିଥିଲେ । ଆଉଟ ଡୋରରେ ଥିବା ଡାକ୍ତର ତାଙ୍କୁ ଆଡମିସନ କରିଥିଲେ । ମହିଳା ଜଣଙ୍କୁ ଫିମେଲ ମେଡ଼ିସିନ ୱାର୍ଡକୁ ଲିଫ୍ଟରେ ନିଆ ଯାଉଥିବା ବେଳେ ହଟାତ ସେନସର ଫେଲ ଯୋଗୁ ଲିଫ୍ଟ ଡୋରରେ ଚାପି ହୋଇଯାଇଥିଲେ । ଘଟଣାସ୍ଥଳର ମହିଳାଙ୍କ ମୃତ୍ୟୁ ଘଟିଛି । ମହିଳାଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପରିସ୍ଥିତି ନିୟନ୍ତ୍ରଣ ନେଇ ହସ୍ପିଟାଲ ପରିସରରେ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି । ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ସହିତ ବିହିତ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ଭଦ୍ରକ ସିଡିଏମଓ ।
ଆହୁରି ପଢ଼ନ୍ତୁ : ସରିଲା ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରା, ଅନ୍ତିମ ଦିବସରେ ହୋଇଥିଲା ରାମ – ରାବଣ ଯୁଦ୍ଧ