ରାଜ୍ୟ

୮ ବର୍ଷ ହେବ କିଡନୀ ରୋଗରେ ଆକ୍ରାନ୍ତ, ଜୀବନ ବଞ୍ଚିବାକୁ ସହାୟତାକୁ ଅପେକ୍ଷା କରି ରହିଛନ୍ତି ପରିମଳ

ଉଦଳା(କେନ୍ୟୁଜ୍): ବୟସ ଠୁ , ବଳିଗଲାଣି ଯନ୍ତ୍ରଣା । ଅଭାବ ଯୋଗୁଁ, ବଢିଚାଲିଛି ରୋଗ। ଜୀବନ ଯେ କେତେବେଳେ କାହା ପାଖରୁ କେମିତି ପରୀକ୍ଷା ନେବ ତାହା କହିବା ମୁସ୍କିଲ୍ । ହସ ଖୁସିରେ ବିତୁଥିବା ଜୀବନରେ ଯେ ଦିନେ ଏମିତି କଳା ବାଦଲ ମାଡି ଆସିବ ତାହା କେହି ଭାବି ନ ଥିଲେ । ହେଲେ ଆଜି ସେହି କଳା ବାଦଲ ତଳେ ଗରିବୀର କୋଠାରାଘାତରେ ଜର୍ଜରିତ ହୋଇ ଜୀବନ ବିତାଉଛି ପୁରା ପରିବାର ।

୮ ବର୍ଷ ହେବ ପୁଅ କିଡନୀ ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ଶଯ୍ୟାଶାୟୀ । ମା ବାର୍ଦ୍ଧକ୍ୟର ତାଡନାରେ ଜୀବନ ବିତାଉଛି । ଜୀବନ ଜିଇଁବା ପାଇଁ ଏବେ ଗରିବି ସହିତ ଯୁଝୁଛନ୍ତି ପୁରା ପରିବାର । କପ୍ତିପଦା ବ୍ଲକ ମହୁଲଡିହା ଗ୍ରାମର ଖାନଦି ମହାନ୍ତଙ୍କ ପରିବାର କଥା । ଖାନଦି ମାହାତଙ୍କ ବୟସ ୭୧ ଛୁଇଁଲାଣି । ଆଜକୁ ୨୦ ବର୍ଷ ପୂର୍ବରୁ ସ୍ୱାମୀ ବିଶ୍ୱନାଥ ହାତ ଛାଡି ଆରପାରିକୁ ଚାଲି ଯାଇଛନ୍ତି । ଖାନଦିଙ୍କର ଦୁଇ ଜଣ ପୁଅ ରହିଥିବା ବେଳେ ଜଣେ ପୁଅ ଅଲଗା ରହୁଛି ଏବଂ ପାଖରେ ରହୁଥିବା ପୁଅ ପରିମଳ ମହାନ୍ତ ଏବେ ଜୀବନ ସହିତ କରୁଛି ସଂଘର୍ଷ । କାରଣ ପାଖରେ ରହୁଥିବା ଏକମାତ୍ର ରୋଜଗାରିଆ ପୁଅ କିଡନୀ ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ । ତା ଉପରେ ପୁଣି ଟ୍ୟୁମରରେ ଆକ୍ରାନ୍ତ । ଯିଏ କି ଏବେ ଜୀବନ ବଂଚିବାକୁ ସହାୟତାକୁ ଅପେକ୍ଷା କରି ରହିଛି ।

ମୂଲ ଲାଗି ପୁରା ପରିବାର ମୁହଁରେ ଖାଦ୍ୟ ଦେଉଥିବା ପୁଅ ପରିମଳ ଟ୍ୟୁମରରେ ଆକ୍ରାନ୍ତ ହେବା ପରେ ଆଠ ବର୍ଷ ହେବ ଶଯ୍ୟାଶାୟୀ । ମା ଖାନଦିଙ୍କ ଦେହରେ ଆଉ ଚାଲିବାକୁ ଯୁ ନାହିଁ । ପରିବାର ଚଳାଇବା ତ ଦୂରର କଥା । ଖାନଦିଙ୍କ ପୁଅ ବୋହୂ ପଦ୍ମିନୀ ମହାନ୍ତ ପର ଘରେ ପାଇଟି କରିବା ସହିତ ମୂଲ ଲାଗି ପରିବାର ଚଳାଉଛି । ପରିମଳ ଏବଂ ପଦ୍ମିନୀଙ୍କର ଗୋଟିଏ ଝିଅ ଏବେ ପାଠ ପଢୁଛି । ପରିମଳ ମହାନ୍ତ ଆଠ ବର୍ଷ ପୂର୍ବେ କିଡନୀ ରୋଗରେ ଆକ୍ରାନ୍ତ ହେବା ପରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ନିମନ୍ତେ କପ୍ତିପଦା, ଉଦଳା, ବାରିପଦା ଏବଂ ଭୁବନେଶ୍ୱର ନେଇ ଚିକିତ୍ସା କରାଇଥିଲେ ସୁଦ୍ଧା କୌଣସି ସୁଫଳ ପାଇ ପାରିନାହାନ୍ତି । ଯାହାକି ଦିନକୁ ଦିନ ପରିମଳଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଛି । ଏବେ ନା ସେ ଚାଲିବୁଲି ପାରୁଛନ୍ତି । ନା କାହା ସହିତ ଭଲରେ ଦୁଇ ପଦ କଥା ହୋଇପାରୁଛନ୍ତି ।

ଭୁବନେଶ୍ୱରରେ ଡାକ୍ତର ଦେଖାଇବା ପରେ ଅଧିକ ଚିକିତ୍ସା ନିମନ୍ତେ ଅଧିକ ଟଙ୍କାର ଆବଶ୍ୟକତା ଥିବାରୁ ଅସହାୟ ପରିମଳଙ୍କ ପରିବାର ସଦସ୍ୟ ତାଙ୍କୁ ଡାକ୍ତରଖାନାରୁ ନେଇ ଆସି ଘରେ ରଖିଛନ୍ତି । ପରିମଳଙ୍କ ନିତ୍ୟକର୍ମ ସ୍ତ୍ରୀ ପଦ୍ମିନୀ ଏବଂ ତାଙ୍କ ଝିଅ କରିଥାନ୍ତି । ଏଭଳି ଅବସ୍ଥାରେ ପୁରା ପରିବାର ରହିଥିବା ବେଳେ ପରିମଳଙ୍କ ଚିକିତ୍ସା ନିମନ୍ତେ ଅର୍ଥ ସାଜିଛି ବାଧକ । ତେଣେ ମାଆ ଖାନଦି ବୃଦ୍ଧାବସ୍ଥାରେ ମଧ୍ୟ ପୁଅର ଏପରି ଅବସ୍ଥା ଦେଖି ନିଜ ଆଖିର ଲୁହକୁ ଅଟକାଇପାରୁନାହାନ୍ତି ।

ଏଭଳି ଅବସ୍ଥାରେ ଦୀର୍ଘ ବର୍ଷ ହେବ ପୁରା ପରିବାର ଗରିବିର ତାଡନାରେ ଯୁଝି ହେଉଥିବା ବେଳେ କୌଣସି ରାଜନୈତିକ ନେତା, ଜନ ପ୍ରତିନିଧି, ସରକାରୀ ଅଧିକାରୀ କିମ୍ବା କାହାରି ନଜର ପଡିନାହିଁ । ପରିମଳଙ୍କ ଚିକିତ୍ସା ନିମନ୍ତେ ସରକାରୀ ସ୍ତରରେ ହେଉ କିମ୍ବା କୌଣସି ସହୃଦୟ ବ୍ୟକ୍ତି ସହଯୋଗର ହାତ ବଢାଇଲେ ବାକିତକ ଜୀବନ ଭଲରେ ବିତାଇପାରନ୍ତେ ବୋଲି ଆଶା ରଖିଛନ୍ତି ପରିବାର ସଦସ୍ୟ ।

ସବୁପରେ ଏହି ଅସହାୟ ପରିବାରକୁ ସାହାଯ୍ୟ ନିମନ୍ତେ ସହଯୋଗର ହାତ ବଢାଇବା ଜରୁରୀ ହୋଇ ପଡିଛି । ସରକାରୀ ଅଧିକାରୀ ହୁଅନ୍ତୁ କିମ୍ବା କୌଣସି ସହୃଦୟ ବ୍ୟକ୍ତି ସହଯୋଗର ହାତ ବଢାଇଲେ ଜୀବନ ସହିତ ସଂଘର୍ଷ କରୁଥିବା ପରିମଳ ଜୀବନକୁ ସ୍ୱାଭାବିକ ଭାବେ ବଂଚିପାରନ୍ତେ । ତେବେ ଯଦି କିଏ ପରିମଳଙ୍କୁ ସହଯୋଗର ହାତ ବଢାଇବାକୁ ଚାହୁଁଛନ୍ତି ତେବେ ଏହି ଠିକଣାରେ ସହାୟତା ରାଶି ପଠା ପାରିବେ।

Sonalisa

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

16 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

18 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

25 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

34 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

34 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

51 mins ago