ଚିଲିକା ମଝିରେ ୨ଘଣ୍ଟା ଧରି ଅଟକିଲା ବନ ବିଭାଗର ପାଟ୍ରୋଲିଂ ଡଙ୍ଗା, ଫଶିଛନ୍ତି ୪ କର୍ମଚାରୀ

ବ୍ରହ୍ମଗିରି: ଚିଲିକା ମଝିରେ ଫଶିଲା ବନ ବିଭାଗର ପାଟ୍ରୋଲିଂ ଡଙ୍ଗା ।  ଡଙ୍ଗାରେ ରହିଛନ୍ତି ୪ ଜଣ ବନ ବିଭାଗ କର୍ମଚାରୀ ।  ୨ଘଣ୍ଟା ଧରି ଚିଲିକା ମଝିରେ ଫସି ରହିଥିବା ସୂଚନା ମିଳିଛି ।  ମେସିନର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗା ଫସି ରହିଥିବା ଜଣାପଡିଛି । ଚିଲିକାକୁ ଡଲଫିନ ପାଟ୍ରୋଲିଂ ପାଇଁ ଜହ୍ନିକୁଦା ଘାଟରୁ ସକାଳୁ ଡଙ୍ଗା ବାହାରିଥିଲା ।  ଚିଲିକାରେ ଡଲଫିନଙ୍କୁ ସୁରକ୍ଷା ଦିଗ ଦେଇ ପାଟ୍ରୋଲିଂ କରୁଥିବା ବେଳେ ଡଙ୍ଗାର ମେସିନ ଖରାପ ହେଇ ଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଜୁଲାଇ ୨୬ରେ କୃଷ୍ଣପ୍ରସାଦ ବ୍ଳକ୍ ଜହ୍ନି କୁଦା ଘାଟରୁ ଏକ ଯାତ୍ରୀବାହୀ ଡଙ୍ଗା ୧୭ ଜଣ ଯାତ୍ରୀଙ୍କ ସହିତ ୭ଟି ବାଇକ୍ ନେଇ ସାତପଡ଼ା ଅଭିମୁଖେ ଆସୁଥିଲା । ପ୍ରାୟ ୨କିଲୋମିଟର ଦୂରରେ ଡଙ୍ଗା ଟିରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା । ଡଙ୍ଗାଟି ଦୀର୍ଘ ୧ଘଣ୍ଟା ମଝି ଚିଲିକାରେ ଫସି ଥିବା ଦେଖି ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରି ସାତପଡ଼ା ଘାଟରେ ପହଞ୍ଚାଇଥିଲେ । ପୂର୍ବରୁ ଅନେକ ଥର ଏଭଳି ଘଟଣା ଘଟିଛି । ପ୍ରଶାସନ ଏହି ଘଟଣାକୁ ଗୁରୁତ୍ବ ଦେଉ ନଥିବାରୁ ଚିଲିକାରେ ଯାତ୍ରୀଙ୍କ ଜୀବନ ବାଜିରେ ଲାଗୁଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.