ମଣିଷକୁ ବାର୍ଡ ଫ୍ଲୁ, ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ପିପିଲି : ମଣିଷକୁ ବାର୍ଡ ଫ୍ଲୁ । ପୁରୀ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ବ୍ୟକ୍ତି ବାର୍ଡ ଫ୍ଲୁ ସଂକ୍ରମିତ । ଏହା ସ୍ପଷ୍ଟ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ମଣିଷ ବାର୍ଡ ଫ୍ଲୁ ସଂକ୍ରମିତ ହେବା ପରେ ସଜାଗ ସ୍ବାସ୍ଥ୍ୟ ବିଭାଗ । ପିପିଲି ଏବଂ ସତ୍ୟବାଦି ବ୍ଲକରେ କଡା ନଜର ରଖିଛି ବିଭାଗ । H5N1 ସଂକ୍ରମଣ ସ୍ଥାନ ଗୁଡିକରେ ପ୍ରାଥମିକ ନିରୀକ୍ଷଣ ଜୋନ ପ୍ରତିଷ୍ଠା କରାଯାଇଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ସକଂମ୍ରଣର ଏକ କିଲୋମିଟର ମଧ୍ୟରେ ପ୍ରାଥମିକ ନିରୀକ୍ଷଣ ଜୋନ ହୋଇଛି । ଏକ କିଲୋମିଟରରୁ ୧୦ କିଲୋମିଟର ମଧ୍ୟରେ ଦ୍ବିତୀୟ ସ୍ତର ନୀରିକ୍ଷଣ ଜୋନ ହୋଇଛି । ଡୋର ଟୁ ଡୋର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରଛି ସ୍ବାସ୍ଥ୍ୟ ବିଭାଗ । ଆଶୀ କର୍ମୀ ଘରକୁ ଘର ବୁଲି ତାମିଫ୍ଲୁ ଔଷଧ ବଣ୍ଟନ କରୁଛନ୍ତି । ଏହା ସହ ଏନ-୯୫ ମାସ୍କ ମଧ୍ୟ ବଣ୍ଟା ଯାଉଥିବା କହିଛନ୍ତି ମନ୍ତ୍ରୀ । ସମନ୍ବୟ ରଖି କାମ କରୁଛନ୍ତି ସ୍ବାସ୍ଥ୍ୟ ଏବଂ ପଶୁପାଳନ ବିଭାଗ ।
ଅନ୍ୟପଟେ ଗତ ୨୪ ତାରିଖରୁ ୨୭ ତାରିଖ ଯାଏ ପିପିଲି ଓ ସତ୍ୟବାଦୀ ଅଞ୍ଚଳରେ ମୋଟ ୨୮ ହଜାର ୯୧୧ଟି କୁକୁଡା ମରାଗଲାଣି । ସତ୍ୟବାଦୀ ବ୍ଳକ ଅଞ୍ଚଳରେ ୧୪ ହଜାର ୭୮୭ଟି କୁକୁଡା ମରାଯାଇଥିବା ବେଳେ ପିପିଲିରେ ୧୪ ହଜାର ୧୨୪ ହଜାର କୁକୁଡା ମରାଯାଇଛି । ବାର୍ଡ ଫ୍ଲୁ ଆକ୍ରାନ୍ତ ହୋଇଥିବା ମୋଟ ୩୮ ହଜାର ୨୫୦ କୁକୁଡାଙ୍କୁ ମରାଯିବାକୁ ଜିଲ୍ଲା ପ୍ରାଣୀଧନ ବିଭାଗ ସ୍ଥିର କରିଥିବା ଜଣାପଡିଛି । ଆବଲପୁରରେ କୁକୁଡ଼ା ମରାଯାଇ ତାକୁ ଅଖାରେ ଭର୍ତ୍ତି କରି ଗାତରେ ପକାଯିବା ପରେ ଏହାକୁ ତିନି ସ୍ତରରେ ମାଟି ବ୍ଲିଚିଙ୍ଗ ଏବଂ ଚୁନ ପକାଯାଇ ପୋତାଯାଉଛି । ସତ୍ୟବାଦୀରେ ୮ ଟି ଆରଆର ଟିମ ବିଭିନ୍ନ ଗାଁକୁ ବୁଲି ୧୫୨ଟି ଦେଶୀ କୁକୁଡ଼ାକୁ କଲିଂ କରାଯିବା ସହିତ ୭୪ଟି ଅଣ୍ଡାକୁ ନଷ୍ଟ କରିଛନ୍ତି ।