ପୋଷା ବିଲେଇ ପାଇଁ ମାଲିକଙ୍କ ନାଁରେ ଥାନାରେ ଅଭିଯୋଗ, ଦୁର୍ଗନ୍ଧରେ ଫାଟି ପଡୁଛି ସାହି

ସାହିବାସିନ୍ଦାମାନେ ନାନା ପ୍ରକାରର ହଇରାଣ ହେଉଛନ୍ତି। ବିପର୍ଯ୍ୟସ୍ତ ପରିମଳ ପାଇଁ ସାହିବାସିନ୍ଦାଙ୍କ ସଂପର୍କୀୟଙ୍କ ସେମାନଙ୍କ ଘରକୁ ଆସିବାକୁ ମଙ୍ଗୁ ନାହାନ୍ତି। ଏଭଳି ନାନା ଅଭିଯୋଗ ନେଇ ପଦକ୍ଷେପ ନେବାକୁ ମହିଳା ମାନେ ଛତ୍ରପୁର ଥାନାର ଦ୍ୱାରସ୍ଥ ହୋଇଛି।

ଗଞ୍ଜାମ(କେନ୍ୟୁଜ୍): ବିଲେଇ ପାଇଁ ଥାନାରେ ମାମଲା। ପୋଷା ବିଲେଇ ପାଇଁ ମାଲିକଙ୍କ ନାଁରେ ଥାନାରେ ଅଭିଯୋଗ କଲେ ସାଇପଡ଼ିଶା। ଗଞ୍ଜାମ ଜିଲ୍ଲା ଛତ୍ରପୁର ଏନଏସିର ଶଙ୍କର ମଠ ସାହି ପାଣି କଲୋନୀରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସାହିର ଜଣେ ମହିଳା ଘରେ ୩୦ରୁ ଅଧିକ ବିଲେଇ ପାଳିଛନ୍ତି।

ବିଲେଇଙ୍କ ପାଇଁ ଦୁର୍ଗନ୍ଧ ରେ ଫାଟି ପଡୁଛି ସାହି। ସାହିବାସିନ୍ଦାମାନେ ନାନା ପ୍ରକାରର ହଇରାଣ ହେଉଛନ୍ତି। ବିପର୍ଯ୍ୟସ୍ତ ପରିମଳ ପାଇଁ ସାହିବାସିନ୍ଦାଙ୍କ ସଂପର୍କୀୟଙ୍କ ସେମାନଙ୍କ ଘରକୁ ଆସିବାକୁ ମଙ୍ଗୁ ନାହାନ୍ତି। ଏଭଳି ନାନା ଅଭିଯୋଗ ନେଇ ପଦକ୍ଷେପ ନେବାକୁ ମହିଳା ମାନେ ଛତ୍ରପୁର ଥାନାର ଦ୍ୱାରସ୍ଥ ହୋଇଛି। ପୂର୍ବରୁ ଘର ମାଲିକଙ୍କୁ ଏଠାରୁ ହଟେଇ ନେବା ପାଇଁ ଅବଗତ କରାଯାଇଥିଲେ ସୁଦ୍ଧା ସେ କିଛି ଶୁଣୁନାହାଁନ୍ତି। ବରଂ ସାହିବାସିନ୍ଦାଙ୍କୁ ଗାଳିଗୁଲଜ କରୁଛନ୍ତି।

 

Leave A Reply

Your email address will not be published.