ଭୁଶୁଡ଼ିଲା ମାଲକାନଗିରି ଏୟାରପୋର୍ଟର ପାଚେରି, ଗତ ବର୍ଷ ୨ଜଣଙ୍କର ହୋଇଥିଲା ମୃତ୍ୟୁ

ମାଲକାନଗିରି (କେନ୍ୟୁଜ): ପୁଣି ଭୁଶୁଡ଼ିଲା ମାଲକାନଗିରି ଏୟାରପୋର୍ଟ ପାଚେରୀ । କାଳବୈଶାଖୀ ବର୍ଷାରେ ନବ ନିର୍ମିତ ଏୟାରପୋର୍ଟର ସାମ୍ନାପଟ ପାଚେରୀ ଭୁଶୁଡ଼ି ପଡିଛି । ୫୦ ମିଟର ସୁରକ୍ଷା ପାଚେରୀ ଭାଙ୍ଗିପଡିଛି । ତେବେ ଏଥିରେ କାହାର କିଛି କ୍ଷତି ହୋଇନାହିଁ । ଏୟାରପୋର୍ଟର ପାଚେରୀ ନିମ୍ନମାନର କାମ ଯୋଗୁ ଭୁଶୁଡି ପଡିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଗତ ବର୍ଷ ପାଚେରୀ ଭୁଶୁଡିବା ଫଳରେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ।  ପୁଣି ଏହା ଆଜି ଭୁଶୁଡି ପଡିଛି ।  ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବା ପୂର୍ବରୁ ବାରମ୍ବାର ପାଚେରୀ ଭୁଷୁଡିବା ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି । ଏନେଇ ଜିଲ୍ଲା ପ୍ରଶାସନର କୌଣସି ପ୍ରତିକ୍ରିୟାର ମିଳିନାହିଁ ।

 

 

 

 

 

You might also like