ଯାଜପୁର: ସର୍ପାଘାତରେ ଦୃଷ୍ଟିହୀନ ଗର୍ଭବତୀ ମହିଳାଙ୍କ ମୃତ୍ୟୁ, ପରିବାରରେ ଶୋକର ଛାୟା

ଯାଜପୁର ଟାଉନ: ସର୍ପାଘାତରେ ଦୃଷ୍ଟିହୀନ ଗର୍ଭବତୀ ମହିଳାଙ୍କ ମୃତ୍ୟୁ । ମୃତ ମହିଳା ହେଲେ ଯାଜପୁର ମଙ୍ଗଳପୁର ଥାନା ଚନ୍ଦକୁଡ଼ା ଗାଁ ର ଭାଗିରଥି ଦାସଙ୍କ ଝିଅ ମାନସୀ ଦାସ । ଗତକାଲି ବିଳମ୍ବିତ ରାତିରେ ମାନସୀ ଘରେ ଶୋଇଥିବା ବେଳେ ସାପ କାମୁଡି ଥିଲା । ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ । ସେଠାରେ ଚିକିତ୍ସିତ ହେଉଥିଲା ବେଳେ ତାଙ୍କର ମୃତ୍ୟୁ ଘଟିଛି। ମାନସୀ ଜନ୍ମ ରୁ ଦୃଷ୍ଟିହୀନ ଥିଲେ । ସେ ଦଶରଥପୁର ଜୟନ୍ତରା ପଂଚାୟତର ଜୁନିନ୍ଦା ଗ୍ରାମର  ରାଜ କିଶୋର ସାହୁଙ୍କୁ ବିବାହ କରିଥିଲେ । ସେ ୬ମାସର ଗର୍ଭବତୀ ଥିବାରୁ ସେ ତାଙ୍କ ବାପଘରେ ରହୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.