ଆଉ ଗୋଟିଏ ଅଘଟଣ : ବାଲେଶ୍ବର ବାଲିଆପାଳରେ ପର୍ଯ୍ୟଟକଙ୍କ ଗାଡିରେ ଲାଗିଲା ୧୧ କେଭି ବିଦ୍ୟୁତ ତାର, ଅଳ୍ପକେ ବର୍ତ୍ତିଲେ ୭୦ ଯାତ୍ରୀ

ବାଲେଶ୍ବର(କେନ୍ୟୁଜ୍): ବ୍ରହ୍ମପୁର ଭଳି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଡଗରା ବେଳାଭୂମି ନିକଟରେ ଅଘଟଣ। ‘ଦାସ’ ନାମକ ଏକ ଘରୋଇ ବସ ୭୦ ପର୍ଯ୍ୟଟକ ଧରି ବେଳାଭୂମି ବୁଲିବାକୁ ଆସିଥିଲା। ଡଗରା ଛକ ନିକଟରେ ହଠାତ ବସଟି ଏକ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଷରେ ଆସିଯାଇଥିଲା। ଯାହା ଫଳରେ ବସର ଚାରଟି ଚକା ଜଳିଯାଇଥିଲା। ଘଟଣା ସ୍ଥଳରୁ ସ୍ଥାନୀୟ କିଛି ଲୋକ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତରେ ଉଦ୍ଧାର କରିଛନ୍ତି। ତେବେ ଏଥିରେ ଜଣେ ପର୍ଯ୍ୟଟକ ଗୁରୁତର ହୋଇଥିବାର ସୂଚନା ମିଳିଛି । ଗୁରୁତରଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବିଦ୍ୟୁତ ବିଭାଗର ଖାମଖିଆଲ ଯୋଗୁଁ ଏଭଳି ଘଟଣା ବାରମ୍ବାର ଘଟୁଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.