ପୋଖରୀରେ ଭାସୁଛନ୍ତି କୁଇଣ୍ଟାଲ କୁଇଣ୍ଟାଲ ମାଛ, ରାଗ ସୁଝାଇବାକୁ ଯାଇ ବିଷ ପକାଇଦେଲେ ଦୁର୍ବୃତ୍ତ

ସୋରୋ(କେନ୍ୟୁଜ୍): ପୋଖରୀରେ ଭାସୁଛନ୍ତି କୁଇଣ୍ଟାଲ କୁଇଣ୍ଟାଲ ମାଛ । ପୁରୁଣା ରାଗ ସୁଝାଇବାକୁ ଯାଇ ପୋଖରୀରେ ପକାଇଦେଲେ ବିଷ । ବିଷ ପ୍ରଭାବରେ କୁଇଣ୍ଟାଲ କୁଇଣ୍ଟାଲ ମାଛ ମରି ପୋଖରୀରେ ଭାସୁଛନ୍ତି ।

ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋରୋ ଜଡ଼ିଦା ଗାଁରେ । ପଞ୍ଚାୟତ ପୋଖରୀକୁ କିଛି ଗାଁଲୋକ ଲିଜ୍‌ରେ ନେଇଥିଲେ । ଆଜି ମାଛ ଧରିବାକୁ ଗାଁ ଲୋକ ପ୍ରସ୍ତୁତ ହେଉଥିଲେ । ହେଲେ ଗତକାଲି ରାତିରେ କେହି ବିଷ ପକାଇଥିବାରୁ ସବୁ ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.