ଚାଷ ଜମିରୁ ଉଦ୍ଧାର ହେଲା ବିରଳ ପକ୍ଷୀ, ପକ୍ଷୀଟି ଆଘାତ ପାଇ ଥିବାରୁ ଆରମ୍ଭ ହୋଇଛି ଚିକିତ୍ସା
ମାର୍ଶାଘାଇ: ଚାଷ ଜମିରୁ ଉଦ୍ଧାର ହେଲା ଏକ ବିରଳ ପକ୍ଷୀ । ଜଣେ ଚାଷି ଏହି ପକ୍ଷୀକୁ ଉଦ୍ଧାର କରିଛନ୍ତି । ପକ୍ଷୀଟି ଆଘାତ ପାଇ ଥିବାରୁ ପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ଆରମ୍ଭ ହୋଇଛି ଚିକିତ୍ସା । ପକ୍ଷୀଟିଏ ଓଜନ ୧୦ କେଜି ହୋଇଥିବା ବେଳେ ଡେଣାର ଲମ୍ବ ରହିଛି ୨ ମିଟର । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ବ୍ଲକ ଅଙ୍ଗୁଳାଇ ଗ୍ରାମର ଜଣେ ଚାଷି ବିଲକୁ ଧାନ କାଟିବାକୁ ଯାଇଥିବା ବେଳେ ବିଲରେ ପଡିଥିବା ଅବସ୍ଥାରେ ଏକ ବିରଳ ପକ୍ଷୀକୁ ଉଦ୍ଧାର କରିଛନ୍ତି ଚାଷୀ ରଞ୍ଜନ ମଲ୍ଲିକ ।
ଏହି ପକ୍ଷୀଟିର ଓଜନ ପ୍ରାୟ ୧୦ କେଜି ହୋଇଥିବା ବେଳେ ଡେଣା ଲମ୍ବା ପ୍ରାୟ ଦୁଇ ମିଟର ହେବ । ଏହି ପକ୍ଷୀକୁ ଚାଷି ଜଣଙ୍କ ଉଦ୍ଧାର କରିବା ପରେ ବନ ବିଭାଗ ସହିତ ଯୋଗାଯୋଗ କରିଥିଲେ । ବନ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଁଚି ପକ୍ଷୀଟିକୁ ମାର୍ଶାଘାଈ ପ୍ରାଣୀ ଚିକିତ୍ସା ଆଣିଥିଲେ । ପ୍ରାଣୀ ଚିକିତ୍ସାଳୟର ଡାକ୍ତର ପକ୍ଷୀଟିର ସ୍ବାସ୍ଥ୍ୟ ପରିକ୍ଷା କରି ସାଲାଇନ ଓ ଔଷଧ ଦେଇ ପକ୍ଷୀଟିର ଚିକିତ୍ସା ଆରମ୍ଭ କରିଛନ୍ତି ।
ଲୋକମାନେ ଏହି ପକ୍ଷୀଟିକୁ ବିରଳ ପ୍ରଜାତିର ଶାଗୁଣା କହୁଥିବା ବେଳେ କେହି କହେ ଏହାକୁ ଗରୁଡ ପକ୍ଷୀ ବୋଲି କହିଛନ୍ତି । ଉଦ୍ଧାର ହୋଇଥିବା ଏହି ବିରଳ ପକ୍ଷୀକୁ ଦେଖିବା ପାଇଁ ଲୋକମାନେ ଭିଡ ଜମାଇଛନ୍ତି ।