ଗୋଟିଏ ରାତିରେ ୫ ମନ୍ଦିରରୁ ସିରିଜ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ଟାଙ୍ଗି (କେନ୍ୟୁଜ): ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ବାଲିଆ ଗ୍ରାମ ଥିବା ୫ମନ୍ଦିରରୁ ରାତିରେ ସିରିଜ ଚୋରି ହୋଇଥିବା ଜଣାପଡିଛି । ଘଟଣା ପ୍ରଘଟ ହେବାପରେ ସ୍ଥାନୀୟ ଜନସାଧାରଣଙ୍କ ଆସ୍ଥା ଉପରେ ଲାଗିଛି କୁଠାରଘାତ ।

ସୂଚନା ଅନୁଯାୟୀ ପ୍ରତିଦିନ ପରି ମନ୍ଦିର ପୂଜକ ମନ୍ଦିରର ରାତ୍ରି କାଳୀନ ନୀତି ଭୋଗ କରି ମନ୍ଦିରରେ ତାଲା ପକାଇ ନିଜ ଘରକୁ ଫେରିଥିଲେ । ଆଜି ସକାଳେ ଠାକୁରଙ୍କ ପୂଜା ପାଇଁ ମନ୍ଦିର ନିକଟରେ ପହଁଞ୍ଚି ଦେଖିଲେ ମନ୍ଦିର ତାଲା ଭାଙ୍ଗି ଯାଇଛି । ସନ୍ଦେହ ସୃଷ୍ଟି ହେବାରୁ ମନ୍ଦିର କମିଟିକୁ ପୂଜକ ଜଣାଇଥିଲେ । ଏହି ଖବର ପରେ ପରେ ପ୍ରତି ସାହି ମନ୍ଦିରରୁ ମଧ୍ୟ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ ।

ଏହି ଆଧାରରେ ବାଲିଆ ଗ୍ରାମର ବାଲେଙ୍କେଶ୍ୱର ଦେବ, ଗାଦେଶ୍ଵରଦେବ ,ବୃନ୍ଦାବନ ଚନ୍ଦ୍ର, ମା ମଙ୍ଗଳା ଓ ପାର୍ବତୀ ଠାକୁରାଣୀଙ୍କ ଦାନ ହୁଣ୍ଡି, ଦେବାଦେବୀ ମନ୍ଦିରରେ ଥିବା ଅଳଙ୍କାର ଓ ଆସବାବପତ୍ର ଚୋରି କରି ନେଇଛନ୍ତି ଦୃବୁର୍ତ୍ତ । ଘଟଣାକୁ ନେଇ ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । କିଏ କାହିଁକି ଏକା ସଙ୍ଗ ରେ ୫ଟି ମନ୍ଦିରରୁ ଚୋରି କରିଛି । ଏହା ପଛରେ କଣ ଏକ ଡକାୟତି ଗ୍ୟାଙ୍ଗର ହାତ ରହିଛି ନା ଅନ୍ୟ କୌଣସି ଉଦ୍ଧେଶ୍ୟରେ ଏଭଳି ଜଘନ୍ୟ କାର୍ଯ୍ୟ କରିଛନ୍ତି । ନିକଟରେ ଟାଙ୍ଗି ଥାନା ମଙ୍ଗଳାଯୋଡି ଗ୍ରାମରେ ମଧ୍ୟ ସିରିଜ ମନ୍ଦିର ଚୋରି ହୋଇଛି । ଏଣୁ ସ୍ଥାନୀୟ ଜନସାଧାରଣଙ୍କ ମନରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ସମ୍ପର୍କରେ ଗାଦେଶ୍ଵର ଦେବ ମନ୍ଦିର କମିଟି ଓ ଗ୍ରାମବାସୀ ମାନଙ୍କ ପକ୍ଷରୁ ନାଚୁଣୀ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଖବର ପାଇ ଘଟଣା ସମ୍ପର୍କରେ ଅବଗତହୋଇ ତାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.