Below header

ରାତିରେ ୩ଟି ଘରୁ କଳାକନା ବୁଲାଇଲେ ଦୁବୁର୍ତ୍ତ, ଚାଲିଛି ପୋଲିସର ତଦନ୍ତ

କଟକ ଜିଲ୍ଲା ସାଲେପୁର ବ୍ଲକ ଜଗତପୁର ଥାନା ଅଧିନ ରାମେଶ୍ୱର ପଞ୍ଚାୟତ ର ଚାହାପଡ଼ା ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ ତିନିଗୋଟି ପାରିବାରରୁ ସିରିଜ ଚୋରି ହୋଇଯାଇଛି ।

ସାଲେପୁର(କେନ୍ୟୁଜ୍‌): ଦିନକୁ ଦିନ ଚୋରି ମାମଲା ବଢ଼ିବାରେ ଲାଗିଛି । ଏ ଚୋରମାନେ ନା ଆଇନକୁ ଭୟ କରୁଛନ୍ତି ନା ଭୟ କରୁଛନ୍ତି ପୋଲିସକୁ । ଦିନ ବେଳେ ଟାର୍ଗେଟ କରୁଛନ୍ତି ଘର ଆଉ ରାତି ହେଲେ ବୁଲାଉଛନ୍ତି କଳାକନା ।

ତେବେ କଟକ ଜିଲ୍ଲା ସାଲେପୁର ବ୍ଲକ ଜଗତପୁର ଥାନା ଅଧିନ ରାମେଶ୍ୱର ପଞ୍ଚାୟତ ର ଚାହାପଡ଼ା ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ ତିନିଗୋଟି ପରିବାରରୁ ସିରିଜ ଚୋରି ହୋଇଯାଇଛି । ପ୍ରାୟ ୧୦/୧୫ ଲକ୍ଷ ଟଙ୍କାର ସମ୍ପତି ଲୁଟ ହୋଇଥିବା ଅନୁମାନ କରାଯାଉଛି । ଘଟଣାରୁ ପ୍ରକାଶ ଯେ ଗତକାଲି ବିଳମ୍ବିତ ରାତ୍ରି ପ୍ରାୟ ୨ ଟା ରୁ ୩ଟା ମଧ୍ୟ୍ୟରେ ୩ ଜଣ ଦୁବୁର୍ତ୍ତ ହାତରେ ମାରଣାସ୍ତ୍ର ଧରି ପ୍ରଥମେ ପ୍ରଶାନ୍ତ ରାଉତଙ୍କ ଘରେ ପଶିଥିଲେ । ସେହି ସମୟରେ ପ୍ରଶାନ୍ତ ଘରେ ଅନୁପସ୍ଥିତ ଥିଲେ l ସେ ଏକ ଜରୁରୀ କାର୍ଯ୍ୟରେ ପରିବାର ସହ ବାହାରକୁ ଯାଇଥିଲେ । ତେଣୁ ଘର ଖାଲି ଥିବାରୁ ତାଙ୍କ ଭଉଣୀଙ୍କୁ ଡାକିଥିଲେ ପ୍ରଶାନ୍ତ । ତେବେ ଘରେ ତାଙ୍କର ଅନୁପସ୍ଥିତର ସୁଯୋଗ ନେଇ ଘରେ ଦୁର୍ବୃତ୍ତମାନେ ପ୍ରବେଶ କରିଥିଲେ। ଏବଂ ତାଙ୍କ ଭଉଣୀଙ୍କୁ ମାରଣାସ୍ତ୍ର ଦେଖାଇ ଆଲମାରୀ ଭାଙ୍ଗି ପ୍ରାୟ ଦେଢ଼ ଲକ୍ଷ ଟଙ୍କା ସହିତ ଅଢେଇ ଶହ ଗ୍ରାମର ସୁନା ଅଳଙ୍କାର ଲୁଟି ନେଇଥିଲେ ।

ସମାନ ଭାବେ ଆଉ ଦୁଇ ଜଣଙ୍କ ଘରେ ପଶି ଏ ଦୁବୁର୍ତ୍ତମାନେ ଅଳଙ୍କାର ସହ ପ୍ରାୟ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ଟଙ୍କା ଡକାୟତି କରିଥିବା ସୂଚନା ମିଳିଛି । ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏବଂ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଜଗତପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ପୋଲିସ କୁକୁର ସହ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.