ଜଳେଶ୍ୱର : ହୋଟେଲରେ ଚାଲିଥିଲା ଦେହ ବେପାର, ୨ ମହିଳା ସହ ଗ୍ରାହକ ଏବଂ ମ୍ୟାନେଜର ଅଟକ

ଜଳେଶ୍ୱର (କେନ୍ୟୁଜ୍‌) : ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ସେକ୍ସ ରାକେଟ୍‌ ଠାବ। ଜଳେଶ୍ଵର ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ହୋଟେଲ ବେଆଇନ ଭାବରେ ଦେହ ବ୍ୟବସାୟ ଚାଲୁଥିବା ଅଭିଯୋଗ ରେ ଆଜି ଜଳେଶ୍ଵର ପୋଲିସ ହୋଟେଲ ଚଢଉ କରି ଜଣେ ଗ୍ରାହକ ଏବଂ ଦୁଇ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି । ଏହା ସହ ହୋଟେଲ ମ୍ୟାନେଜରଙ୍କୁ ମଧ୍ୟ ଅଟକ ରଖି ପଚାରା ଉଚରା କରୁଛି ପୋଲିସ।
ହୋଟେଲରେ ଦୀର୍ଘ ଦିନରୁ ଦେହ ବ୍ୟବସାୟ ଚାଲୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଆଜି ଜଳେଶ୍ଵର ପୋଲିସ ଅଚାନକ ଚଢଉ କରିଥିଲା। ତେବେ ଦୁଇ ମହିଳାଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.