ରଥଯାତ୍ରା ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ସ୍ୱତନ୍ତ୍ର ସମନ୍ଵୟ କମିଟି ବୈଠକ, ସବୁ ବିଭାଗର ପ୍ରସ୍ତୁତିର କରାଯିବ ସମୀକ୍ଷା

ପୁରୀ(କେନ୍ୟୁଜ): ଆଗାମୀ ରଥଯାତ୍ରା ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ସ୍ୱତନ୍ତ୍ର ସମନ୍ଵୟ କମିଟି ବୈଠକ। ଏହି ଶେଷ ସମନ୍ଵୟ କମିଟି ବୈଠକ ଦିନ ସାଢ଼େ ୧୧ଟାରେ ପୁରୀ ଟାଉନ ହଲରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ବୈଠକରେ ଯୋଗଦେବେ । ବୈଠକରେ ରଥଯାତ୍ରା ପାଇଁ ସବୁ ବିଭାଗର ପ୍ରସ୍ତୁତିର ସମୀକ୍ଷା କରାଯିବ।

ବିଶେଷକରି ରଥ ନିର୍ମାଣ, ରାସ୍ତାଘାଟ ମରାମତି, ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ, ପରିବହନ, ଯୋଗାଯୋଗ, ଖାଦ୍ୟ ଯୋଗାଣ, ସ୍ୱାସ୍ଥ୍ୟ, ସୂଚନା ଓ ଲୋକସମ୍ପର୍କ ବିଭାଗର ସମସ୍ତ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ।ଗତ ୩ଟି ବୈଠକର ନିଷ୍ପତି ଗୁଡିକର କାର୍ଯ୍ୟକାରୀ ହୋଇଛି କି ନାହିଁ ସେନେଇ ସମୀକ୍ଷା କରାଯିବ। ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ, ମୁଖ୍ୟ ସଚିବ, ପୋଲିସ ଡିଜି ଯୋଗଦେବେ । ଏହାଛଡ଼ା ସେବାୟତ ପ୍ରତିନିଧି ଓ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ ।

Leave A Reply

Your email address will not be published.