ଖଟି କରୁଥିଲେ ସାବଧାନ! ଯିବାକୁ ପଡିବ ଜେଲ୍ ; ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଛି ଚେତାବନୀ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଖଟି କରୁଥିବା ଯୁବକ ସାବଧାନ । ଛକରେ ଖଟି କଲେ ଯିବେ ଜେଲ୍ । କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଛି ଚେତାବନୀ । ଆଗକୁ ପୌର ନିର୍ବାଚନ ରହିଛି । ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ନେଇ କମିଶନରେଟ ପୋଲିସ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ ହୋଇଛି। ଭୁବନେଶ୍ୱରର ୟୁପିଡିରେ ଥିବା ସମସ୍ତ ଥାନା ସବଇନସ୍ପେକ୍ଟର ଓ ପିଓ ପିଡି ଟିମ୍କୁ ନେଇ ବୈଠକ ବସିଥିଲା ।
ଏହାସହ ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନରେ କଡା ପାଟ୍ରୋଲିଂ କରିବାକୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଅନେକ ଖଟି ସ୍ଥାନ ଭାଙ୍ଗିବା ସହ ବନ୍ଦ କଲାଣି କମିଶନରେଟ ପୋଲିସ।